csstore

ବଲାଙ୍ଗିର ବ୍ଲକସ୍ତରୀୟ ନିପୁଣ ଟି.ଏଲ୍.ଏମ୍ ମେଳା

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଚନ୍ଦନଭାଟି ପ୍ରାଥମିକ ସ୍କୁଲ ଠାରେ ନିପୁଣ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଚନ୍ଦନଭାଟି ସରପଞ୍ଚ ଶ୍ରୀମତୀ ପଙ୍କଜିନୀ ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଧରୁଆ ଓ ଶ୍ରୀକାନ୍ତ ଦେବତା, ନିରୀକ୍ଷକ ଭାବରେ ଡ଼. ପ୍ରଶାନ୍ତ କୁମାର ନିଖଣ୍ଡିଆ, ଗୋପାଳ ଚନ୍ଦ୍ର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗ ଦେଇଥିଲେ । ଚନ୍ଦନଭାଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ଖମାରୀ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ମହାଦେବ ମେଶ୍ୱା ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ ମେଳାରେ ସମସ୍ତ ସିଆର୍‌ସିସି ଓ ଚନ୍ଦନଭାଟି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ କରିଥିଲେ ।

jayashree
Leave A Reply

Your email address will not be published.