oom

ଛେଲିଆପାଟ ହାଇସ୍କୁଲରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଛେଲିଆପାଟ ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଆନନ୍ଦ କୁମାର ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁସ୍ମିତା ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଇଁଲାସାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଡୁ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ସୁଗୁଣାବଳୀର ଭୂୟସୀ ପ୍ରଶଂସା କରିଥିଲେ । ଛାତ୍ରୀ ଜ୍ୟୋତି ସାହୁ, ପ୍ରତିଭା ପ୍ରଧାନ, ନବ୍ୟା ଭୋଇ ପ୍ରମୁଖ ଶ୍ରୀ ସାହୁଙ୍କ ଗୁଣଗାନ କରିଥିବା ବେଳେ ଶିକ୍ଷକ ସଂଜୟ କୁମାର ସାହୁ, ମୁକେଶ ଚୌହାନ, ଦିଗାମ୍ବର ସାହୁ, ସୁରେଶ ତାଣ୍ଡି, ସୋମେଶ୍ୱର ପଧାନ, ଦିଲ୍ଲୀପ ଡାଙ୍ଗ, ଆଲୋକ ଯୋଷି, ଲିଙ୍ଗରାଜ କୁମ୍ଭାର, ଦୁର୍ଯ୍ୟୋଧନ ପୁଟେଲ, ଶିକ୍ଷୟିତ୍ରୀ ସୁଜାତା ସାହୁ, ଲୋଚନା ସାହୁ, ମିନାକ୍ଷୀ ପଧାନ, ଲୁଭାସିନୀ ଭୋଇ, ସ୍ନିଗ୍ଧାରାଣୀ ସାହୁ, ନିତୁ ଭୋଇ, ମିତାରାଣୀ ସାହୁ ପ୍ରମୁଖ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କ କର୍ତ୍ତବ୍ୟ ନିଷ୍ଠା, ସମୟାନୁବର୍ତ୍ତିତା ଓ ଛାତ୍ରବତ୍ସଳ ଗୁଣର ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତଙ୍କ ବକ୍ତବ୍ୟରେ ଭରି ରହିଥିଲା ଶିକ୍ଷକ ଆନନ୍ଦ କୁମାର ସାହୁଙ୍କ ବିଚ୍ଛେଦର ଅଶ୍ରୁଳ ଭାବାବେଗ । ଏହି ଅବସରରେ ଶ୍ରୀ ସାହୁଙ୍କ ଦ୍ୱାରା ପ୍ରାୟୋଜିତ ଉତ୍ତମ ଅନୁଚିନ୍ତା ପରିବେଷଣ ପାଇଁ ଛାତ୍ରୀ ଜ୍ୟୋତି ସାହୁ ଓ ଉତ୍ତମ ସମ୍ବାଦ ପରିବେଷଣ ପାଇଁ ଛାତ୍ରୀ ସିମ୍ପ୍ଲି ଭୋଇଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ରମେଶ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ବିଦ୍ୟାପତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଆଲୂମିନି ସଦସ୍ୟ, ପରିଚାଳନା ସମିତି, ଛେଲିଆପାଟ ମହୋତ୍ସବ ସମିତି ଓ ଛେଲିଆପାଟ ସେବା ସଂଗଠନର ସମସ୍ତ ସଦସ୍ୟ ଭବ୍ୟ ଶୋଭାଯାତ୍ରାରେ ଶ୍ରୀ ସାହୁଙ୍କୁ ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନରେନ୍ଦ୍ର ତାଣ୍ଡି ଓ ମୋହନ ପଧାନଙ୍କ ତତ୍ତ୍ବାବଧାନ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା ।

jittmm
Leave A Reply

Your email address will not be published.