jsm

କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ

csstore

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ରେଲବାଇ ଖେଳପଡ଼ିଆ ଠାରେ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ । ସେଥିପାଇଁ ଆୟୋଜକ କମିଟି ପକ୍ଷରୁ ରବିବାର ରେଳବାଇ ଖେଳ ପଡ଼ିଆ ଠାରେ ପୂଜା ଅର୍ଚ୍ଚନା କରି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ଆସି ତାଙ୍କ କଳାପ୍ରଦର୍ଶନ କରିବେ । ସମ୍ବଲପୁରୀ ନାଚଗୀତର ତାଳେ ତାଳେ ମଞ୍ଚ ଦୁଲୁକିବ ଏବଂ ଅଞ୍ଚଳର ଅନେକ ପ୍ରତିଭା ଏହି ମଞ୍ଚରେ ସମ୍ବର୍ଦ୍ଧିତ ହେବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ସଭାପତି ବ୍ରଜଶ୍ୟାମ ଗୁରୁ, ଉପସଭାପତି କୈଳାସ ଦୀପ, ସଂଜୟ ଗାନ୍ଧୀ, ସହ ସମ୍ପାଦକ ତୁଳସିରାମ ଜଗତ, ଦିନେଶ ମହାନନ୍ଦ, ଆଶିଷ ଅଗ୍ରୱାଲ, ଆବାହକ ପୁଷ୍ପକେତୁ ବେହେରା, ପ୍ରଚାରକ ରୋହନ କୁମାର ମହତ, ଆଇନ ପରାମର୍ଶଦାତା ବିବେକ ଶର୍ମା, ସାଂସ୍କକୃତିକ ସମ୍ପାଦକ ଅମର ବାଗ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରେମାନନ୍ଦ ପୁଟେଲ, ଅଜୟ ଶର୍ମା, ନାଗେଶ୍ଵର ଦୀପ, ରାଜୁ ବାରିକ, ସୋହନ ଗୁରୁ, ସୋମନାଥ ସାହୁ, ମୋହନ ସୁନା, ଉମାକାନ୍ତ ମହାନନ୍ଦ, ବାବୁ ବାଗ, ଇଲୁ ନାଗଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.