oom

ଲୁହାଖାନ ଜଗନ୍ନାଥ ମନ୍ଦିର ରତ୍ନମୁଦ ଓ ନାମଯଜ୍ଞ ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡ଼ାମାଲ ଗ୍ରାମପଞ୍ଚାୟତ ଲୁହାଖାନ ଗ୍ରାମରେ ଅବସ୍ଥିତ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ମୁଖ୍ୟ ପୃଷ୍ଠପୋଷକ ପୀତବାସ ମେହେର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଧର୍ମାନୁଷ୍ଠାନ କାର୍ଯ୍ୟରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରଭୁଙ୍କ କୃପା ଲାଭ କରିଥିଲେ । ଏହି ଅବସରରେ ମନ୍ଦିର ପରିସରରେ ହୋମଯଜ୍ଞ କରାଯାଇ ସମଗ୍ର ମନ୍ଦିର ପରିବେଶକୁ ସୌଧ କରାଯାଇଥିଲା । ଗତିକୃଷ୍ଣ ଅମରି, ଗୀତାଞ୍ଜଳି ଅମରି, ପୀତବାସ ମେହେର, ପଦ୍ମିନୀ ମେହେର, କୈଳାଶ ସାହୁ,ସାବିତ୍ରୀ ସାହୁ, ତୁଲାରାମ ଅମରି, ଇନ୍ଦୁମତି ଅମରି, ନକୁଲ ମାଝି, ଅପୂର୍ବ ମାଝି ଯଥାକ୍ରମେ କର୍ତ୍ତା ଓ କର୍ତ୍ତୀ ଦାୟିତ୍ଵ ନିର୍ବାହ କରିଥିଲେ । ପଣ୍ଡିତ ଶାନ୍ତି କୁମାର ଦାଶ ଓ ସାଥୀମାନେ ଉପସ୍ଥିତ ରହି ହୋମଯଜ୍ଞ କାର୍ଯ୍ୟ ଯଥା ବିଧି ସମାପନ କରିଥିଲେ । ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ, ପାରାୟଣ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କର୍ତ୍ତା ଏବଂ ରାଜମିସ୍ତ୍ରୀ ଜୟଙ୍କର ସାହୁ, ନରେନ ସାହୁ, ଭୀଷ୍ମ ମହାଲିଙ୍ଗ ପ୍ରମୁଖ ମନ୍ଦିର ଚୂଡାରେ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ସ୍ଥାପନ କରିବା ପରେ ମନ୍ଦିରର ରତ୍ନମୁଦ ସଂସ୍ଥାପନ କାର୍ଯ୍ୟ ଯଥା ରୀତି ସମ୍ପନ୍ନ ହୋଇଥିଲା । ଏହି ଅବସରରେ କଂସ ଦରବାର ଅନୁଷ୍ଠିତ ହୋଇଥିଲା ଦରବାରରେ ରାଜ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟିକା ବର୍ଷା ସିଂ ବରିହା, ପ୍ରିତେଶ ବହିଦାର, ତହସିଲଦାର ବିପିନ ବିହାରୀ ପ୍ରଧାନ, ବିଜେପି ନେତା ଗୋବର୍ଦ୍ଧନ ଭୋଇ, ମକରଧ୍ୱଜ ବଗାର, ବିଷ୍ଣୁ ପ୍ରସାଦ ବାଜପେୟୀ,ସରପଞ୍ଚ ଟିକେଶ୍ୱରି ସେଠ, ସମିତି ସଭ୍ୟା ସାବିତ୍ରୀ ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବାରେ ତ୍ରିନାଥ ଅମରି, ବିଜୟ ମେହେର, ସଙ୍କୀର୍ତ୍ତନ ମହଲିଙ୍ଗ, ଶଙ୍କର ବରିହା, ନାରାୟଣ ପଟେଲ, ଟିକିଚନ୍ଦ ସୁନା, ଜୟକୃଷ୍ଣ ହଂସ, ଦେବରାଜ ବେହେରା, ଚକ୍ର ଧର ସେଠ, ଦେବାର୍ଚ୍ଚନ ନାଗ ଏବଂ ଯୁବଗୋଷ୍ଠୀ ଓ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.