- ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୨କୋଟି ୯୬ ଲକ୍ଷ ଟଙ୍କା ମଞ୍ଜୁର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ଦଶମ ଅଧିବେଶନ ତଥା ସ୍ୱତନ୍ତ୍ର ଆନୁଷ୍ଠାନିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ଛତ୍ରପୁର ପଞ୍ଚାୟତ ସମିତିର ସର୍ବମୋଟ ୧୮ ଗୋଟି ପଞ୍ଚାୟତରେ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ସରକାରଙ୍କ ଠାରୁ ୨ କୋଟି ୯୬ ଲକ୍ଷ ଟଙ୍କା ମଞ୍ଜୁର ହେଇଥିବା କଥା ବ୍ଲକ ପ୍ରଶାସନ ତରଫରୁ କୁହାଯାଇଛି । ଏହି ବାବଦରେ ନାଳ, ରାସ୍ତାଘାଟ, ବଗିଚା, ପାର୍କ, ପାଠାଗାର, କୋଠଘର ଆଦି ସହ ସୌନ୍ଦର୍ଯ୍ୟକରଣ ମଧ୍ୟରେ ଆଲୋକୀ କରଣ କରାଯିବାର ଆବଶ୍ୟକତା ରହିଥିବା ବିଷୟରେ ବ୍ଲକ କର୍ତ୍ତୃପକ୍ଷ ଉପସ୍ଥାପନା କରିଛନ୍ତି । ସମଗ୍ର ଛତ୍ରପୁର ବ୍ଲକ କୁ ଏକ ଆଦର୍ଶ ଉନ୍ନୟନ ମୂଳକ କାର୍ଯ୍ୟରେ ରୂପ ଦିଆଯିବ ବୋଲି ଘୋଷଣା କରାଯାଇଛି । ଛତ୍ରପୁର ପଞ୍ଚାୟତ ସମିତିର ସର୍ବମୋଟ ୧୮ଗୋଟି ପଞ୍ଚାୟତରେ ରାଜଯକ୍ଷ୍ମା, ଯକ୍ଷ୍ମା ରୋଗ ଅବା ଟି.ବି.ରୋଗର ଲକ୍ଷଣ, ନିବାରଣ ଓ ନିରାକରଣ ଉପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଛତ୍ରପୁର ବ୍ଲକର ସମଗ୍ର ୧୮ ଟି ଯାକ ପଞ୍ଚାୟତରେ ଟି.ବି.ରୋଗର ମୂଳ ଉତ୍ପାଟନ କରିବା ଦିଗରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକତା ଦିଆଯାଉଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସ୍ୱାଧିନ ରଥ କହିଛନ୍ତି । ଏପରିକି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଶାଶୁ ବୋହୂ ମିଳନ ସମ୍ମିଳନୀ, ଅଗସ୍ତି ନୂଆଗାଁ, ନୋଳିଆ ନୂଆଗାଁ, ଭଳି ଛତ୍ରପୁର ବ୍ଳକର ସୁନ୍ଦରପୁର ଗ୍ରାମରେ ମଧ୍ୟ ମାତୃତ୍ଵ ସୁରକ୍ଷା ଯୋଜନା ଆରମ୍ଭ ହେବ ବୋଲି କୁହାଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ଛତ୍ରପୁର ବ୍ଳକର ସମସ୍ତ ବିଦ୍ୟାଳୟ ଗୁଡିକରେ ଖେଳପଡିଆ ଯାଞ୍ଚ କରାଯାଉଛି । ଛତ୍ରପୁର ବ୍ଲକରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଯାଉଛି । ବୈଠକର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ ରେଡ୍ଡୀ, ବ୍ଲକ ଅଧ୍ୟକ୍ଷା କୀରଣ କୁମାରୀ ଦାସ, ଉପାଧ୍ୟକ୍ଷା ସାଡ଼ି ଶାରଦା ରେଡ୍ଡୀଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗଦେଇଥିଲେ । ସମସ୍ତ ପି.ଆର । ସଦସ୍ୟ ସଦସ୍ୟା ଗଣ ବିଭିନ୍ନ ପ୍ରକାର ଜନହିତକର ପଦକ୍ଷେପ ନେଇ ବହୁମତ ପ୍ରଦାନ କରିଥିଲେ । ରାସ୍ତା ଓ କୋଠାବାଡ଼ି ବିଭାଗ ପକ୍ଷରୁ ବହୁ ଦିନରୁ ପଡ଼ି ରହିଥିବା ବିଭିନ୍ନ ରାସ୍ତା ଗୁଡ଼ିକ ନିର୍ମାଣ ଓ ମରାମତି ଖୁବ୍ ଶୀଘ୍ର ଆରମ୍ଭ କରାଯିବାକୁ ବୈଠକରେ ପି.ଆର୍. ମେମ୍ବର ମାନଙ୍କ ତରଫରୁ ଦାବୀ ହୋଇଛି ।