oom

ସିନ୍ଧେକେଲା ପଞ୍ଚାୟତ ଭତାସର ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ଅବସର ସମ୍ବର୍ଦ୍ଧନା ଉତ୍ସବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ପଞ୍ଚାୟତ ଭତାସର ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯୮୮ ମସିହାନୁ ଶିକ୍ଷକତା ଆରମ୍ଭ କରିଥିବା ବିଜୟ କୁମାର ସାହୁ ଦୀର୍ଘ ୩୭ ବର୍ଷ ଶିକ୍ଷକତା କରି ଭତାସର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତାରୁ ଅବସର‌ ନେଉଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ସ୍ମୃତି ଉଚ୍ଚାରଣ କରି ପରେ ତାହାଙ୍କୁ ସମ୍ବର୍ଦ୍ଧନା ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଇଓ ବୈକୁଣ୍ଠ ଶବର, ସିଆର ସିଂ ତୁଲସି ରାମ ସୁନା, ଶିକ୍ଷକ ଆଲୋକ ସାହୁ, ଶିକ୍ଷକ ନରେନ୍ଦ୍ର ସାହୁ, ଶିକ୍ଷକ ଦୀନେଶ ପ୍ରଧାନ, ଶିକ୍ଷୟିତ୍ରୀ ସାଧବୀ ସାହୁ, ଶିକ୍ଷୟତ୍ରୀ ଲିଲିମା ସୁଆ, ଶିକ୍ଷୟତ୍ରୀ ସୁଶ୍ରୀ ସଙ୍ଗୀତା ସାହୁ, ଶିକ୍ଷୟତ୍ରୀ ବୀଣା ସାହୁ ତଥା ତାଙ୍କ ପୂର୍ବତନ ଛାତ୍ର ଅନନ୍ତ ବାଗ, ଲୋଚନ ଜୁଆଡି, ରୋହିତ ଜୁଆଡି, ସୁରେନ୍ଦ୍ର ପଣ୍ଡା, କ୍ଷେତ୍ରମଣି ମାଝୀ ତଥା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରେ ଭତାସର ଗ୍ରାମବାସୀଙ୍କ ତରଫରୁ ଖୋଳ, କୀର୍ତ୍ତନ ଫୁଲମାଳ ଦେଇ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କୁ ତାଙ୍କ ଘର ସିନ୍ଧେକେଲାକୁ ନେଇ ଶୁଭ ବିଦାୟ ଅବସର ଦେଇଥିଲେ ।

jittmm
Leave A Reply

Your email address will not be published.