csstore

ବୁଟି ବାବା ବନଔଷଧୀ ବଗିଚା ଶୁଭ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ନିକଟରେ ଗୁରୁଣ୍ଡା ଯିବା ରାସ୍ତାରେ ବୁଧବାର ବୁଟି ବାବା ବନ ଔଷଧୀ ବଗିଚାର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହାପରେ ଅତିଥିମାନେ ଔଷଧିୟ ବୃକ୍ଷସହ ତୁଳସୀ ମାତାଙ୍କର ପାଞ୍ଚ ପ୍ରକାର ଗଛରୋପଣ କରିଥିଲେ । ଏନେଇ ଅନୁଷ୍ଠିତ ସଭାରେ ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ, ପରିବେଷବିତ ପାରେଶ୍ୱର ସାହୁ, ପ୍ରକୃତିବନ୍ଧୁ ବଡ ଶତପଥି ପ୍ରମୁଖ ଅତିଥି ଭାବେ ଯୋଗଦେଇ, ଔଷଧୀ ଉଦ୍ୟାନ ଦ୍ୱାରା ଲୋକେ କିକି ଉପକାର ପାଇବେ, କି କି ଔଷଧ ଗଛ ଲଗାଯିବ, ସେନେଇ ବିସ୍ତୃତ ବର୍ଣ୍ଣନା କରିଥିଲେ । ଏଥିରେ ସାମ୍ବାଦିକ ମାନେ, ପରିବେଶ କର୍ମଚାରୀ, ନୃସିଂହନାଥ ମନ୍ଦିର କର୍ମଚାରୀ, ମାନେ ଯୋଗଦେଇ ବିଭିନ୍ନ କାମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.