ଭାରତୀୟ ବିଦ୍ୟା ନିକେତନର ୧୨ ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳନ

ଅତିଥିଙ୍କ ଆତିଥ୍ୟ ସହ କୁନି କୁନି ଛାତରଛାତ୍ରୀଙ୍କ ନୃତ୍ୟ ପରିବେଷଣ ମନ୍ ମୋହିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଅନ୍ତର୍ଗତ ପୁଇଁତଲା ବ୍ଲକ ବିଲେଇ ସର୍ଡା ଗ୍ରାମରେ ଥିବା ଭାରତୀୟ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ତେବେ ଭାରତୀୟ ବିଦ୍ୟା ନିକେତନ ପ୍ରତିଷ୍ଠାତା ଶଶିକଳା ସାହୁଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ଉତ୍ସବର ସଭାପତି ଦେବାଶିଷ କୁମାର ବାବୁଙ୍କ ସଭାପତିତ୍ଵ ସଭାରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଅଧକ୍ଷ ସରୋଜ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ପୁଇଁତଲା ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ସୁନା ବିଲେଇ ସର୍ଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ଛତ୍ରିଆ ବ୍ୟଙ୍ଗ କବି ଅଚ୍ୟୁତ ପୁରୋହିତ ଭାରତୀୟ ବିଦ୍ୟା ନିକେତନ ସ୍କୁଲ ସଭାପତି ପ୍ରଫୁଲ୍ଲ ଭୋଇ ସ୍କୁଲର ପ୍ରତିଷ୍ଠାତା ଶଶିକଳା ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ୧୨ ତମ ବାର୍ଷିକ ଉତ୍ସବରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀଙ୍କ ଜୀବନରେ ଅନେକ ମହତ ବାଣୀ ଉଦ୍ଦେଶ୍ୟରେ ନିଜ ମତ ବ୍ୟକ୍ତ କରିଥିଲେ । ତେବେ ବିଲେଇ ସର୍ଡା ଗ୍ରାମ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଥିବା ୧୨ ତମ ବାର୍ଷିକ ଉତ୍ସବରେ ପ୍ରଥମେ ବିଗ୍ନ ବିନାଶକ ଗଣେଶଙ୍କ ଠାରେ ଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ଛାତ୍ର ଛାତ୍ରୀଙ୍କ ମଧୁର ସଙ୍ଗୀତ ପରେ ଅତିଥି ବୃନ୍ଦ ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ଜୀବନ ଶୈଳୀରେ କି ପ୍ରକାର ଉନ୍ନତ କରିଥାଏ ତାକୁ ନେଇ ନିଜ ନିଜ ଅଭିବାଦନ ରଖିଥିଲେ । ପରେ ଛାତ୍ରଛାତ୍ରୀଙ୍କ ନୃତ୍ୟ ସଙ୍ଗୀତ ସହ ତାଙ୍କ ମଧ୍ୟରେ ଥିବା କଳା ଫଳରେ ଦ୍ୱିଗୁଣିତ କରିଥିଲା ବିଦ୍ୟା ନିକେତନର ୧୨ ତମ ବାର୍ଷିକ ଉତ୍ସବକୁ । ଭାରତୀୟ ବିଦ୍ୟାମନ୍ଦିରର କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରିଥିଲେ । ଏହି ଅବସରରେ ସଚିନ୍ଦ୍ର ସାହୁ, ରୋହିତ ବିନ୍ଧାଣି, ରଞ୍ଜନ ସାହୁ, ସୁରେନ୍ଦ୍ର ବୁଡେକ୍, ରିତାଞ୍ଜଳି ବାଗ, ରୀତା ମେହେର, ସଂଗୀତା ଭୋଇ, ଚୁମକି ସାହୁ, ପୁସ୍ପିତା ପଟେଲ, ପ୍ରମୋଡ଼ିନି ଭୋଇ, ସ୍ୱରୂପା ସିଂ ଦେଓ, ତ୍ୟାଗ ନାଗ, ପଦ୍ମାଳୟା ପଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.