ନୂଆଦିଲ୍ଲୀ : ସୁଡାନର ଓମଡୁରମାନ ସହରରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେନା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଆଜି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । କହିବା ଅନୁସାରେ ସେନା ପକ୍ଷରୁ ଦୁର୍ଘଟଣାରେ ଅନେକ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପଛର ମୁଖ୍ୟ କାରଣ ବିଷୟରେ କୌଣସି ସୂଚନା ସ୍ପଷ୍ଟ ହୋଇନାହିଁ । ସୁଡାନି ସେନା ଗତକାଲି (ମଙ୍ଗଳବାର) ସେନାର ଆଣ୍ଟୋନୋଭ୍ ବିମାନ ୱାଡି ସୟଦନା ଏୟାରବେସ୍ରୁ ଉଡ଼ାଣ ଭରିବା ସମୟରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।