ବ୍ରହ୍ମପୁର : ଟାଉନ ଥାନା ଅଞ୍ଚଳ ବି .ଏସ. ଏନ. ଏଲ. କାର୍ଯ୍ୟାଳୟ ନିକଟରେ ଥିବା ମଦ ଦୋକାନରେ ବେଆଇନ କାରବାର ଚାଲୁଥିବା ଖବର ପାଇ ଅବକାରୀ କର୍ମଚାରୀ ଯାଞ୍ଚ ପାଇଁ ଯାଇଥିଲେ । ଏହି ସମୟରେ ଅବକାରୀ କର୍ମଚାରୀ ସବ୍ୟସାଚୀ ମିଶ୍ରଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ପୂର୍ବରୁ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିବା ସହ ମଦ ଦୋକାନକୁ ସିଲ କରିଥିଲା । ଘଟଣାରେ ସମ୍ପୃକ୍ତ ମଦ ଦୋକାନ ମାଲିକ ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ବୁଧବାର ପୋଲିସ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
Next Post