ରାଞ୍ଚି : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମହାକୁମ୍ଭରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥ ରେ ଏହି ଘଟଣା ଘଟିଥିଲା । ରାଜ୍ୟସଭା ସାଂସଦ ମହୁଆ ମାଝୀ ମହାକୁମ୍ଭରେ ବୁଡ଼ ପକାଇ ପ୍ରୟାଗରାଜରୁ ଫେରୁଥିବା ବେଳେ ବାଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଯାତ୍ରା କରୁଥିବା ମହୁଆ ମାଝୀ ଗୁରୁତର ଆହତ ହୋଇଛନ୍ତି । ଲାତେହାରର ହୋଟୱାଗ୍ ଗାଁରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ମହୁଆ ମାଝୀ ଗୁରୁତର ଆହତ ହୋଇଥିଲେ ।