oom

ଜୟ ବୁଢ଼ାରଜା କ୍ରିକେଟ୍ କପ ଡୁଡୁକିଝରିଆକୁ ହରାଇ ଦର୍ଲୀମୁଣ୍ଡା ଚମ୍ପିୟାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡାରେ ୫ମ ଜୟ ବୁଢ଼ାରଜା କ୍ରିକେଟ୍ କପ୍ ଦୁଇଟି ସେମିଫାଇନାଲ ସହ ଫାଇନାଲ ମ୍ୟାଚ ଖେଳାଯାଇଛି । ପ୍ରଥମ ସେମିଫାଇନାଲ ଡୁଡୁକିଝରିଆ ଓ ମାଣ୍ଡୋସିଲ ମଧ୍ୟରେ ଡୁଡୁକିଝରିଆ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ଭୁତମୁଣ୍ଡାକୁ ହରାଇ ଦର୍ଲୀମୁଣ୍ଡା ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଥିଲା । ଡୁଡୁକିଝରିଆ ଓ ଦର୍ଲୀମୁଣ୍ଡା ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦର୍ଲୀମୁଣ୍ଡା ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଯଦୁମଣି ମାଝୀ ଓ ନେପାଲ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଶଶିଭୂଷଣ ପଟେଲ ସ୍କୋରର । ପୁଷ୍ପକାନ୍ତ ସାହୁ ଓ ଅଜିତ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜେପି ଯୁବମୁର୍ଚା ସମ୍ପାଦକ ପ୍ରତୀଶ ବହିଦାର ଓ ସମ୍ମାନିତ ଅତିଥି ଭାବରେ ବରଗଡ଼ ଯୁବ ମୋର୍ଚ୍ଚା ଉପସଭାପତି ରୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା, ଗ୍ରାମ୍ୟ କମିଟି ସଭାପତି ଜଗଦୀଶ ନାୟକ, ସମ୍ପାଦକ ଲବ ପଟେଲ, ମିହିର ମହାନ୍ତି, ମନୋଜ ମହାନ୍ତି, ଲକ୍ଷ୍ମଣ ମାଝୀ, ଗଜିନ୍ଦ୍ର ମାଝୀ, ସନ୍ତୋଷ ପ୍ରଧାନ, ଗୋପାଳ ପ୍ରସାଦ ବେହେରା, ଅଜିତ ପ୍ରଧାନ, ବାଳମୁକୁନ୍ଦ ପ୍ରଧାନ, ମଳୟ ମହାନ୍ତି, ଭୋଜରାଜ ପଟେଲ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ସୌମ୍ୟରଞ୍ଜନ ମହାନ୍ତି, ଅମୀୟ ପ୍ରଧାନ, ଆଶିଷ ପ୍ରଧାନ, କିଶୋର ପଟେଲ, ଚକ୍ରଧର ପ୍ରଧାନ, ଟୁକୁ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.