ଗୁଠୁର୍ଲାରେ ଗୁହାଳ ପୋଡ଼ିଗଲା, ଅଳ୍ପକେ ବଳଦ ବଞ୍ଚିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମର ବ୍ଲକ ଅନ୍ତର୍ଗତ ବୁଡାମାଲ ପଞ୍ଚାୟତ ଗୁଠୁର୍ଲା ଗ୍ରାମରେ ଏକ ଗୁହାଳ ପୋଡ଼ି ଯିବାରୁ ଅଳ୍ପକେ ବଳଦ ବଞ୍ଚିଲା । ପ୍ରକାଶ ଯେ, କୌଣସି କାରଣରୁ ଗୁହାଳରେ ନିଆଁ ଲାଗି ଯାଇଥିବା ଫଳରେ ଗୁହାଳଟି ପୋଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଆଉ କିଛି ନଥିଲା । ଏ ଅଞ୍ଚଳର ଆଖ ପାଖରେ ପ୍ରାୟ ଏମିତି ଘଟଣା ଘଟୁଛି । ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜନ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

error: Content is protected !!