oom

ନୃସିଂହନାଥ ଆୟୁର୍ବେଦ କଲେଜର ୪୪ତମ ବାର୍ଷକ ଉତ୍ସବ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଆୟୁର୍ବେଦ କଲେଜର ୪୪ତମ ବାର୍ଷକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ସଭାପତି ସତ୍ୟଭୁଷଣ ସାହୁଙ୍କ ଅଧ୍ୟକ୍ଷତାରେ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ବରଗଡ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମହେନ୍ଦ୍ର ମହାପାତ୍ର, ମୂଖ୍ୟବକ୍ତା ଭାବେ ବିଳାସପୁର ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଅଧ୍ୟକ୍ଷ ରକ୍ଷପାଲ ଗୁପ୍ତା, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରୋହିତ ମିଶ୍ର ଯୋଗଦେଇଥିଲେ । କଲେଜର ଅଧ୍ୟକ୍ଷ ଡା. ଜଗବନ୍ଧୁ ମିଶ୍ର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ସମସ୍ତ ଅତିଥି ମାନେ ନୃସିଂହନାଥ କଲେଜର, ଆୟୁର୍ବେଦ ଚିକିତ୍ସା ପଦ୍ଧତି ଓ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତ ଥିବା ଔଷଧୀ ବୃକ୍ଷ ଓ ଝରଣା ପାଣିର ସୁବିନିଯୋଗ ହେଉଛି ବୋଲି ମତପ୍ରକାଶ କରିଥିଲେ । ଡା. ମୈତ୍ରୀ ପୁରୋହିତ ସଭାପରିଚାଳନା କରିଥିଲେ । କଲେଜର ସମ୍ପାଦକ ମନୋଜ କୁମାର ତ୍ରୀବେଦୀ ବାର୍ଷିକ ବିବରଣୀ ପଠନ କରିଥିଲେ । ସମସ୍ତ ଅତିଥି ଓ ପରିଚାଳନା କମିଟିର ସଭ୍ୟମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କଲେଜର ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ କୃତୀ ଅର୍ଜନ କରିଥିବାରୁ ଅତିଥି ମାନଙ୍କ ତ୍ୱାରା ସମ୍ମାନିତ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ସ୍ମରଣୀକା ଅମ୍ରିତା ଉନ୍ମୋଚନ କରାଯାଇଥିଲା । ଶେଷରେ ଡା.ଅଭିରାମ ଠାକୁର ଧନ୍ୟବାଦ ଦେଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.