jsm

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସହିତ ବଲାଙ୍ଗିର ନାଗରିକ କମିଟିର ଆଲୋଚନା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବ ମନୋନିତ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ସହିତ ବଲାଙ୍ଗିର ନାଗରୀକ କମିଟିର ଏକ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସାକ୍ଷାତ ଆଲୋଚନା କରିଥିଲେ । ଆଜି ଅସିତ ତ୍ରିପାଠି ଦାୟିତ୍ୱ ଭାର ଗ୍ରହଣ କଲାପରେ ପ୍ରଥମ ଥର ପାଇଁ ବଲାଙ୍ଗିର ଗସ୍ତ କରିଥିଲେ । ଏହି ଅବସରରେ ବଲାଙ୍ଗିର ନାଗରିକ କମିଟି ତରଫରୁ ସଭାପତି ବିକ୍ରମାନନ୍ଦ ବହିଦାର, ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ ଏବଂ ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଶ୍ରୀ ତ୍ରିପାଠୀଙ୍କ ସ୍ୱାଗତ ଅଭିନନ୍ଦନ କରିବା ସହ ବଲାଙ୍ଗିର ମାଟିର ଉନ୍ନତି ପାଇଁ କାମ କରିବାକୁ ଅନୁରୋଧ କରିଥିଲେ । ଏହି ଆଲୋଚନାରେ ନାଗରିକ କମିଟି ତରଫରୁ ଏକ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ରରେ ମୁଖ୍ୟତଃ ବଲାଙ୍ଗିରର ଜୀବନରେଖା ବୋଲାଉଥିବା ଲୋୟର ସୁକତେଲ ପ୍ରକଳ୍ପ କାମ ଶିଘ୍ର ସମ୍ପୁର୍ଣ୍ଣ ପାଇଁ ତାଙ୍କର ପ୍ରଥମ ଆଲୋଚନାକୁ ସାଧୁବାଦ ଜଣାଇଥିଲେ, ତା ଛଡା ବଲାଙ୍ଗିର ଠାରେ ହାଇକୋର୍ଟର ପୁନଃ ସ୍ଥାପନ, ବଲାଙ୍ଗିରରେ ତୁରନ୍ତ ବାଇପାସ ନିର୍ମାଣ, ଖୋର୍ଦ୍ଧା ବଲାଙ୍ଗିର ରେଲଲାଇନ ଶିଘ୍ର ସମ୍ପୁର୍ଣ୍ଣ, ବଲାଙ୍ଗିର ଠାରେ କୃଷି ବିଶ୍ୱ ବିଦ୍ୟାଳୟ ତଥା ହରିଶଙ୍କର ଓ ରାଣୀପୁର ଝରିଆଲ ପର୍ୟ୍ୟଟନ କେନ୍ଦ୍ରର ବିକାଶ ପାଇଁ ଅନୁରୋଧ କରିଥିଲେ । ଏହି ଆଲୋଚନା ସମୟରେ ବଲାଙ୍ଗିରର ଜିଲ୍ଲାପାଳ ଚଞ୍ଚଳ ରଣା, ଆରକ୍ଷୀ ଅଧିକ୍ଷକ ନିିତିଶ କୁଶଲକର ଦାଗୁଡୁ ଏବଂ ଉପ-ଜିଲ୍ଲାପାଳ ଟିଟିଲାଗଡ ସୋମେଶ ଉପାଧ୍ୟାୟ ଉପସ୍ଥିତ ଥିଲେ । ଶ୍ରୀ ତ୍ରିପାଠି ଏହି ଅବସରରେ ବଲାଙ୍ଗିର ଜନସାଧାରଣଙ୍କର ସହଯୋଗ କାମନା କରିବା ସହ ସମସ୍ତ ସମସ୍ୟା ସମାଧାନ ପାଇଁ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

yuvodaya
Leave A Reply

Your email address will not be published.