ସାମ୍ବାଦିକ ପୱନ ଅଗ୍ରୱାଲ ଉତ୍କଳ ମେଲ ସମ୍ମାନରେ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୈନିକ ଖବର କାଗଜ ଉତ୍କଳ ମେଲର ୩୭ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନ ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଉତ୍କଳ ମେଲ ପ୍ରତିନିଧି ପୱନ କୁମାର ଅଗ୍ରୱାଲଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଉତ୍କଳ ମେଲ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ନିରନ୍ତର ଭାବରେ ଦୀର୍ଘ ୧୬ ବର୍ଷ ସକ୍ରିୟ ଭାବରେ ସର୍ବଦା ଏକ ସକାରାତ୍ମକ ଢଙ୍ଗରେ ଜନସାଧାରଣଙ୍କ ସ୍ୱାର୍ଥର ପ୍ରସଙ୍ଗ ଉଠାଇବା ସହିତ ସର୍ବଦା ସମାଜର ସମସ୍ତ ବର୍ଗର ଉନ୍ନତି ପାଇଁ ଚେଷ୍ଟା କରୁଛନ୍ତି । ଉତ୍କଳ ମେଲର ମୁଖ୍ୟ ସମ୍ପାଦକ ଡ. ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏମ୍‌.ବି.ସି. ଟିଭିର ମୁଖ୍ୟ ତଥା ଶିକ୍ଷାବିତ ଡ. ବଦ୍ରିନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି କରଙ୍କ କରକମଳରେ ଶ୍ରୀ ଅଗ୍ରୱାଲଙ୍କୁ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.