ପାଇକମାଲ, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆମ ସଂସ୍କୃତି ଆମ ଖେଳଣା ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ହୃଷିକେଶ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଡୋଲାମଣି ମାହାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ପାଇକମାଲ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର,ସମାଜସେବୀ ଟାଇଲ ଚନ୍ଦ୍ର ଭୋଇ, ପାଇକମାଲ ବ୍ଳକ ଉପାଧ୍ୟକ୍ଷ ସଂଜୀବ ବରିହା, ବିଧାୟିକା ପ୍ରତିନିଧି ହୃଦାନନ୍ଦ ବାରିକ ଓ ସ୍କୁଲ ପରିଚାଳନା କମିଟି ସଭାପତି ବନବସ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବାଗ ବାର୍ଷିକ ବିବରଣୀ ପାଠ କରିବା ସହ ସ୍କୁଲର ଅଭାବ ଅସୁବିଧା ଓ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀ ସାହୁ ଶ୍ରେଣୀ କୋଠରୀ ଅଭାବ ସମ୍ପର୍କରେ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ମାନୀତ ଅତିଥିମାନେ ଶିକ୍ଷାର ଗୁରୁତ୍ୱ ଓ ଏ ଦିଗରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ଵ ସମ୍ପର୍କରେ ଗୁରୁତ୍ଵାରୋପ କରିଥିଲେ । ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ବରିହା ଏହି ସ୍କୁଲର ଗୁଣାତ୍ମକ ଶିକ୍ଷାଦାନ ଯୋଗୁଁ ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ବିଭିନ୍ନ ମେଧାବୃତ୍ତି ହାସଲ ସହ କୃତିତ୍ୱ ଅର୍ଜନ କରୁଥିବା ଜାଣି ସନ୍ତୋଷ ପ୍ରକାଶ କରିଥିଲେ ଓ ପାଠ ପଢା ପାଇଁ ଶ୍ରେଣୀ ଗୃହ ଅଭାବ ଦେଖି ଦୁଃଖ ପ୍ରକାଶ କରିବା ସହ ଖୁବ ଶୀଘ୍ର ଏଠାରେ ସ୍କୁଲ ବିଲ୍ଡିଂ ନିର୍ମାଣ ଓ ପର୍ଯ୍ୟାପ୍ତ ଅନୁଦାନ ପ୍ରଦାନ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ପାଇକମାଲ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଲେନ୍ଦ୍ର କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଣ୍ଡୋସିଲ ସିଆର୍ସି ବସୁଦେବ କୁମ୍ଭାର, ଚେରେଙ୍ଗାଝାଞ୍ଜ ସିଆର୍ସି ଉଗ୍ରସେନ ପ୍ରଧାନ, ମାଲପଡ଼ା ସିଆର୍ସି ସନ୍ତୋଷ କୁମାର ମେହେର, ବରପାଲି ସିଆର୍ସି ବିକ୍ରମ କେଶରୀ ପଟେଲ ଓ କାଂସଡ଼ା ସରପଞ୍ଚ ଉଗ୍ରସେନ ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲର ସହକାରୀ ଶିକ୍ଷକ ବାବୁଲାଲ ଧରୁଆ, ଡେଜ୍ଲିଙ୍ଗ୍ ଦନ୍ତା, ସୁଦାମ କନ୍ଧେର, ସୌତମ ଛତର ଓ ସ୍ଵେଚ୍ଛାସେବୀ ଶିକ୍ଷୟିତ୍ରୀ ତପସ୍ୱିନୀ ପାଣ୍ଡେ ଓ କୌଶଲ୍ୟା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ଅଧିବେଶନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
Prev Post