କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ

କୁଆଁରମୁଣ୍ଡା, (ସସ୍ମିତା ପ୍ରଧାନ) : କୁଆଁରମୁଣ୍ଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ଗତକାଲି ଜଙ୍ଗଲ ନିଆଁ ନିବାରଣ ସହ ଜନସୁରକ୍ଷା, ଗଜ ରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ ଅଫିସର ପଞ୍ଚ ନାରାୟଣ ସରାଫଙ୍କ ନେତୃତ୍ୱରେରେ କାର୍ଯ୍ୟକ୍ରମମାନ ଗର୍ଜନ ଗ୍ରାମ, ବିରକେରା ହାଟ, କୁଆଁରମୁଣ୍ଡା ହାଟ ଓ କଚାରୁର ଟୁଙ୍ଗରିଟୋଲା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ୱା.ଇ.ଏମ.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ମାଧମରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ କଳାକାର ବୃନ୍ଦ । ବିଭିନ୍ନ କାର୍ଯ୍ୟକ୍ରମରେ ଫରେଷ୍ଟର ଜାୟନାରାୟଣ ପ୍ରଧାନ, ସୁମନ୍ତ କୁମାର ପରିଡା ଦୁଃଖୁ କିଷାନ, ମନ୍ଦିତା ମୁଣ୍ଡା , ଫରେଷ୍ଟ ଗାର୍ଡ ସଂଗୀତା ପାଲ,ବିବେକାନନ୍ଦ ପ୍ରଧାନ, ସଂଗ୍ରାମ ବାରିକ, ମଧୁସ୍ମିତା ସେନାପତି, ଗୁଲସନ କୁମାର ସାହୁଙ୍କ ସମେତ ଫରେଷ୍ଟ ସ୍କ୍ୱାଡ଼, ଫାୟାର ସ୍କ୍ୱାଡ଼ ପ୍ରମୁଖ ଉପସ୍ଥିତ ଥିଲେ । ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା । ହାତୀ ଯୋଗୁଁ ଧନ ଜୀବନ କ୍ଷତି ହେଲେ ଏଥି ପାଇଁ ରହିଥିବା କ୍ଷତିପୂରଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଚାଷୀ ଓ ଗ୍ରାମବାସୀ ମାନେ ବ୍ୟକ୍ତିଗତ କିମ୍ବା ଗୋଷ୍ଠୀ ଗତ ଭାବେ ସୌର ଵାଡ଼ ନିର୍ମାଣ ପାଇଁ ରହିଥିବା ପ୍ରୋତ୍ସାହନ ରାଶି ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.