csstore

ପାଇକମାଲରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନ, ପଦ୍ମପୁର ଉପଜିଲ୍ଲାପାଳ କୁମାରୀ ଅରୁଗୁଲା ସ୍ନେହା ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅମୃତପାଲ କୌର ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ କି, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୩୬ ଗୋଟି ଅଭିଯୋଗ ମଧ୍ୟରୁ ୧୮ ଗୋଟି ବ୍ୟକ୍ତିଗତ, ୧୮ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଜର୍ଜଗଡ଼ ଗ୍ରାମର ଅନେକ ମହିଳା ଓ ଯୁବକ ମାନେ ଗ୍ରାମରେ ପ୍ରାୟ ତିନି ବର୍ଷ ହେଲା ପିଇବା ପାଣି ଯୋଗାଣ ହୋଇପାରୁ ନଥିବାରୁ ଜିଲାପାଳଙ୍କୁ ଅଭିଯୋଗ କରି ୧୦ ଦିନ ମଧ୍ୟରେ ପାଣି ଘର ଘର ଯୋଗାଣ ନହେଲେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଥିଲେ । ଅନ୍ୟ ଏକ ଅଭିଯୋଗ ହେଲା ନୃସିଂହନାଥ ରାସ୍ତାରେ କେତେକ ହୋଟେଲରେ ଦୈନନ୍ଦିନ ମଦ ବିକ୍ରୟ ହେଉଥିବା ଓ ଅବକାରୀ କାର୍ଯ୍ୟାଳୟ ଏହି ରାସ୍ତାରେ ଥାଇ କିପରି ଦେଖିପାରୁ ନାହିଁ ବୋଲି ଅଭିଯୋଗ ହୋଇଥିଲା । ଏହା ଧର୍ମୀୟ ଭାବନା ଉପରେ ଘୋର ଅପରାଧ ବୋଲି ଚର୍ଚ୍ଚା ହେଉଥିବା ଜାଣି ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ ।

jayashree
Leave A Reply

Your email address will not be published.