ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବକ୍ଲ ଜାମସେଠ ଗ୍ରାମର କଟାପଡାସ୍ଥିତ କାଳୀ ମନ୍ଦିର ଓ ମହାକାଳେଶ୍ଵର ମନ୍ଦିରର ପରିସରରେ ରବିବାର ଅଷ୍ଟ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଶନିବାର ସକାଳେ କଳସାଧିବାସ ପରେ ନାମାରମ୍ଭ ହୋଇଥିଲା । କର୍ତ୍ତା ଭାବରେ ଦାମୋଦର ରଣା ଓ ସତ୍ୟବତୀ ରଣା, ହେମନ୍ତ ପ୍ରଧାନ ଓ ଗୋପେଶ୍ୱରୀ ପ୍ରଧାନ, ଭୁବନାନନ୍ଦ ରଣା ଓ ମୀରା ରଣା, ଅନିଲ ରଣା ଓ ରିନା ରଣା, ସେଶାନ ରଣା ଓ ଜାହ୍ନବୀ ରଣା ରହିଥିବା ବେଳେ ମୁଖ୍ୟ ପୂଜକ ଭାବରେ ମାନଭଞ୍ଜନ ତ୍ରିପାଠୀ ଅଛନ୍ତି । ନାମଯଜ୍ଞରେ ଅଞ୍ଚଳରୁ ବିଭିନ୍ନ ଗାଁରୁ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣାହୂତି ସରିଲା ପରେ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଚାଳନାରେ ସରୋଜ ପଟ୍ଟନାୟକ, ଗଗନ ବିହାରୀ ରାୟ, ଦୈତାରୀ ମାଝୀ, ନିରଞ୍ଜନ ମାଝୀ, ନେତ୍ର ରଣା, ରୋହିତ ପଶାୟତ, ପାର୍ଥ ରଣା, ନନ୍ଦିକିଶୋର ନନ୍ଦ, କ୍ଲବ କର୍ମକର୍ତ୍ତା ତଥା ଗ୍ରାମବାସୀ ସହଯୋଗ କରିଥିଲେ ।
Prev Post