ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଇବାହଲି ଠାରେ ସପ୍ତମ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ପଲସଦା, କେର୍ମେଲାବାହଲ, ଭେଙ୍ଗରଜପୁର ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ଅନୁଷ୍ଠିତ ଯାତ୍ରାରେ ସକାଳ ୧୦ଟାରେ ଡୁଙ୍ଗୁରିପାଲି ଠାରୁ ଗୋପପୁର କେର୍ମେଲାବାହାଲ ପର୍ଯ୍ୟନ୍ତ ଶତାଧିକ ମହିଳା ମାନେ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ମହାରାଜ ଉଗ୍ରସେନ ଦିଗବିଜୟ ସାରିବା ପରେ ସାତ ଦିନ ଧରି ହେବାକୁ ଥିବା ଧନୁଯାତ୍ରା ରାଜଦରବାର ଉଦ୍ଘାଟନ ହୋଇଥିଲା । ଉକ୍ତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଭୋଜରାଜ ସିଂ ବରିହାଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ତତ୍ପରେ ଦରବାରରେ ବୈଦେହୀ କଳା ପରିଷଦ କୋଣାର୍କ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ବାଳିକା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷିତ ହୋଇଥିଲା । ଏହି ଧନୁଯାତ୍ରା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବରରେ ପାଳିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।
Prev Post
Next Post