ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତଥା ବଙ୍ଗୋମୁଣ୍ଡା ବ୍ଲକ ଗୋଲାବନ୍ଧ ରାସ୍ତାରୁ ୨୫କ୍ଵିଣ୍ଟାଲ ବେଆଇନ୍ ଖଇର କାଠ ଜବତ କରାଯାଇଛି । ଏହି ଜବତ ଖଇର କାଠର ଆନୁମାନିକ ମୂଲ୍ୟ ୮୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଜବତ କାଠ ରେଞ୍ଜ କାର୍ଯ୍ୟଳୟକୁ ଅଣାଯାଇଥିଲା । ଏହି ଚଢାଉରେ ମୁରିବାହାଲ ରେଞ୍ଜ ଓ ଟିଟିଲାଗଡ ରେଞ୍ଜ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ । ଏଥିରେ ମୁରିବାହାଲ ରେଞ୍ଜର ଶିବପ୍ରସାଦ ନାଏକ, ଟିଟିଲାଗଡର ରଞ୍ଜିତ କୁମାର ସିଂଦେଓ, ଫରେଷ୍ଟର ଘନଶ୍ୟାମ ପଶାୟତ, ଅଶୋକ କୁମାର ନାଏକ, ଜେକେ ଭୋଇ, ଫରେଷ୍ଟଗାର୍ଡ ଅଜିତ ବେହେରା, ସୁମନ୍ତ ଧରୁଆ, ବରୁଣ ସାହୁ ପ୍ରମୁଖଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମଧ୍ୟ ଏହି ରେଞ୍ଜ ଅଞ୍ଚଳରୁ ବାରମ୍ବାର ବହୁ ପରିମାଣରେ ଖଇର ଓ କେନ୍ଦୁକାଠ ଜବତ କରାଯାଇଥିବା ବେଳେ ବେଆଇନ୍ ଚୋରା ଚାଲାଣକାରୀମାନେ କେବେବି ଗିରଫ ହେଉନଥିବାରୁ କାଠ ଚୋରା ଚାଲାଣ ଲଗାତାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ବେଆଇନ୍ ଖଇର କାଠ ଚୋରା ଚାଲାଣକୁ ନେଇ ୟୁଡ଼ି କେଶ ନଂ ୧୧/୨୪-୨୫ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ରେଞ୍ଜର ଶିବପ୍ରସାଦ ନାଏକ ପ୍ରକାଶ କରିଛନ୍ତି ।