ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁ ବିକାଶ କେନ୍ଦ୍ରର ମାଣିଜ୍ୟ ଜୟନ୍ତୀ ଅବସରରେ ଶିଶୁ ବିକାଶ କେନ୍ଦ୍ର ଓ ଗୋପବନ୍ଧୁ କ୍ଲବର ସହଯୋଗରେ ଗୋପବନ୍ଧୁ ନଗରରେ ଉତ୍ତମ ଶିଶୁ ସ୍ୱାସ୍ଥ୍ୟ ପ୍ରଦର୍ଶନୀ ଓ ରୂପସଜ୍ଜା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଡା. ଅଶୋକ କୁମାର ସେଠୀ ଓ ଡା. ଭାରତୀ ଦାସ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରିିକ୍ଷା କରିଥିବା ବେଳେ ଶିଶୁ ରୂପସଜ୍ଜା ପ୍ରଦର୍ଶନୀରେ ହୃଷିକେଶ ପୁରୋହିତ ଓ ଧିରେନ୍ଦ୍ର ନାରାୟଣ ସିଂହଦେଓ ବିଚାରକ ଭାବେ ଯୋଗଦେଇଥିଲେ । ଜନ୍ମରୁ ଏକ ବର୍ଷର ଅଙ୍କିତ ସାହୁ, ଶ୍ରୀୟାନସ୍ ବାଗ, ତୃପ୍ତିରେଖା ସାହୁ ଓ ପ୍ରିୟାନସି ଜାଲ ଓ ଏକ ବର୍ଷରୁ ଦୁଇ ବର୍ଷର ଶ୍ରୀମୟୀ ସାହୁ, ସିନୁ ମେହେର, ଶିବାଂଶୁ ମେହେର ଏବଂ ଦ୍ୱିତୀୟରୁ ତୃତୀୟ ବର୍ଗର ଅହିଲ ପଟେଲ, ଗୌତମ ବେରିଆ ଓ ଜ୍ୟୋତିର୍ମୟୀ ସେଠଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁରସ୍କୃତ କରାଯାଇଥିଲେ । ସେହିପରି ରୂପସଜ୍ଜା ପ୍ରଦର୍ଶନୀରେ ରିତିକା ପଟେଲଙ୍କୁ ପ୍ରବୀଣ ଆଶୁତୋଷ ସାହୁଙ୍କ ତପନଶ୍ରୀ ଓ ଶ୍ରାବଣୀ ପଟେଲଙ୍କୁ ଶିଶୁଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏ ଅବସରରେ ସଭାପତି ମଦନ ମୋହନ ରଥଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଡା. ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି, ଡା. ଅଶୋକ କୁମାର ସେଠି ମୁଖ୍ୟବକ୍ତା, ଉପଦେଷ୍ଟା ଜୟରାମ ମିଶ୍ର ଓ ଶିଶୁ ସୁରକ୍ଷା ବିଭାଗର ଅରୁଣ ଖୁଆସ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିଶୁମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଉପରେ ଓ ଶିଶୁର ବିଭିନ୍ନ ଦିଗର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ଶିକ୍ଷାବିତ କପିଳ ପତି ମଧ୍ୟ ମତବ୍ୟକ୍ତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ର । ଉକ୍ତ କାର୍ଯ୍ୟକ୍ରମକୁ ଦୁର୍ଗାଚରଣ ସାହୁ, ପ୍ରଶାନ୍ତ ଷଡଙ୍ଗୀ, ନେପାଳ ସାହୁ, ସୁରେନ୍ଦ୍ର ପୁଟେଲ, ବାଳମୁକୁନଦ ମାଝୀ, ଶାନ୍ତନୁ କୁମାର ମିଶ୍ର, ଭଗବାନ ସାହୁ, ବୃନ୍ଦାବନ ସାହୁ ଓ ଲବ ସାହୁ । ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।