jsm

ନିର୍ଝରିଣୀ ଦ୍ୱାରା ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଝାଙ୍କର ପଡାସ୍ଥିତ ଶିଶୁ ଉଦ୍ୟାନରେ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ କରାଯାଇôତଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶିଶୁ ସାହିତ୍ୟିକ ଡ଼ଃ ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ କୈଳାସ ଦୀପ, ବୃନ୍ଦାବନ କୁମ୍ଭାର, ଜ୍ୟୋତି ପ୍ରକାଶ ଗଡ଼ତ୍ୟା, କୁଞ୍ଜ ବିହାରୀ ବେହେରା, ହେରମ୍ବ ବାଗ ଉପସ୍ଥିତ ଥିଲେ । ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ପ୍ରଥମେ ନରେନ୍ଦ୍ର ସୁନାଙ୍କୁ ନିର୍ଝରିଣୀ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାପରେ ଛାତ୍ରଛାତ୍ରୀ, ମହିଳାମାନଙ୍କ ମଧ୍ୟରେ ପୁଚି, ବାଟି ଚାମଚ, ବକ୍ତୃତା, ସାଇକେଲ – ସ୍ଳୋ ଆଦିରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦିକା ଅଞ୍ଜଳି ମାଝୀ, ମମତା ପଣ୍ଡା, ଧନସିଂ ମାଝୀ, ସ୍ମିତା ପାଣିଗ୍ରାହୀ, ଜଗଦାନନ୍ଦ ପାଣିଗ୍ରାହୀ ଆଦି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.