jsm

ସାଧାରଣତନ୍ତ୍ର ଦିବସରେ ରୋଟାରି କ୍ଲବ ଅଫ ଏଲିଟ ବଲାଙ୍ଗିର ତରଫରୁ ରକ୍ତଦାନ ଶିବିର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାର ରକ୍ତ ଭଣ୍ଡାରଠାରେ ରୋଟାରି କ୍ଲବ ଅଫ ଏଲିଟ ବଲାଙ୍ଗିର ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଭୀମଭୋଇ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ମାନସୀ ପଣ୍ଡା ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ରୋଟାରି ଏଲିଟ ସଦସ୍ୟ ସଂଜୀବ ନାଏକ, ମନୀଷା ପାତ୍ର ସହିତ ଜ୍ୟୋତି ନାୟକ, ସ୍ୱସ୍ତିକ ମିଶ୍ର, ପବିତ୍ର ବେହେରା, ରିତେଶ ସାହୁ, ପ୍ରଶାନ୍ତ ପାତ୍ର, ଅଙ୍କୁଶ ପାତ୍ର, ପ୍ରଜ୍ଞା ପଟେଲ, ମାନସ ଖୁଆସ, ଦେବାଶିଷ ମିଶ୍ର, ରୋହିତ ସାହୁ, କେଶବ ପଶାୟତ, ଅମିତ ଜାଲ, ଚେତନା ପଟେଲ, ଆସ୍ଥା ପଟେଲ, ହେମଲତା ପଟେଲ, କୋମଲ ପଟେଲ, ସାହିଲ ବାଗ, ମହେଶ ବାଦ୍ୱାନି, ଶଙ୍କର ସାହୁ, ଲଷ୍ମୀ ବେନ ପଟେଲ, ଅଙ୍କୁଶ ନନ୍ଦ, ପ୍ରଭାବ ପଟେଲ, ରୁଦ୍ରପ୍ରସାଦ ମାଝୀ, ପ୍ରିୟଙ୍କା ମାଝୀ, ପ୍ରିୟସୀ ତ୍ରିପାଠୀ, ଅଦ୍ଵେତ ଶତପଥି, ସୁଭାଶିଷ ଦାସ ଓ ପବିତ୍ର ଦାସ ପ୍ରମୁଖ ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ପ୍ରାୟ ୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ସଫଳ କରିବାକୁ ରୋଟାରି ଏଲିଟର ସଭାପତି ଅର୍ଚ୍ଚନା ଶତପଥି, ସମସ୍ତ ସଦସ୍ୟ ଓ ରକ୍ତଭଣ୍ଡାରର ସଦସ୍ୟମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.