ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ସ୍ତରୀୟ ପରାମର୍ଶ ଶିବିର ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିରକୁ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ସୁଶାନ୍ତ କୁମାର ନାଗ, ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ପରାମର୍ଶ ଶିବିର ଆୟୋଜକ ବିଦ୍ୟୁତପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ସଫଳତାର ସହ ସଂପାଦନ କରିଥିଲେ । ଏହି ପରାମର୍ଶ ଶିବିରରେ ସ୍କୁଲ ଓ କଲେଜ ଯୁବକ ଯୁବତୀ ବହୁମାତ୍ରାରେ ଯୋଗଦାନ କରି ବିଭିନ୍ନ ବିଭାଗରେ ପଂଜୀକରଣ କରିଥିଲେ । ଏହି ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ଶିବିରକୁ ସମ୍ବଲପୁର, ରାଉରକେଲା, ନୂଆପଡା, ବରଗଡ, ପଦ୍ମପୁରର ବିଭିନ୍ନ ଅନୁଷ୍ଠାନ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ହୋଇ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ଦିଆଯିବ ସେ ଉପରେ ବିଶେଷ ଆଲୋକପାତ ହୋଇଥିଲା । ଏହି ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିରରେ ପ୍ରାୟ ୨୦୦ ଜଣ ଯୁବକ ଯୁବତୀ ପଂଜୀକରଣ କରିଥିଲେ । ସରକାରଙ୍କ ଏହି ଜନହିତକର ପ୍ରୟାସ କାର୍ଯ୍ୟକ୍ରମକୁ ନେଇ ଜନମତରେ ଓ ଛାତ୍ରଛାତ୍ରୀଙ୍କ ମହଲରେ ବେଶ ଆଗ୍ରହ ପ୍ରକାଶ ପାଇଛି ।