ଏସ୍.ରାମପୁର/ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ତେଜେଶ୍ୱର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ଅଧିକାରୀ ଦିଲୀପ କୁମାର ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ବୀଣାପାଣି ବିଶ୍ଵାଳ ଯୌନ ନିର୍ଯାତନା ସମ୍ପର୍କରେ ୧୦୩ ଜଣ ଛାତ୍ରୀଙ୍କୁ ସଚେତନ କରାଇଥିଲେ । ଅଧ୍ୟାପକ ସୀତାରାମ ପଟେଲ ଆତ୍ମସୁରକ୍ଷାର ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତଥ୍ୟ ପରିଚାଳକ ମଧୁସୂଦନ ଭୋଇ, ଡେମୋଷ୍ଟ୍ରେଟର ରାଜକିଶୋର ନାଗ, କିରାଣୀ ସୁବାଷ ଚନ୍ଦ୍ର ନାଗ, ଲକ୍ଷ୍ମୀନ୍ଦ୍ର ଭୋଇ, ଗୌରାଙ୍ଗ ଚରଣ ସାହୁ, ବଣ୍ଟି ବିଶ୍ୱାଳ ସହଯୋଗ କରିଥିଲେ । ମୁଖ୍ୟ ତାଲିମଦାତା ପ୍ରଣତୀ ପଧାନ ଓ ନିକିତା ମହାଣା ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ ତାଲିମ ଦେଇଥିଲେ । ଶେଷରେ ଶାରୀରିକ ଶିକ୍ଷା ଶିକ୍ଷକ ବନ୍ଦୋବସ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post