ବନ୍ଧୁକରେ ଜନ୍ମଦିନ କେକ୍‌ କାଟି ଦୁଇ ଗିରଫ

ଲକ୍ଷ୍ନୌ : ଜନ୍ମଦିନରେ କେକ୍‌ କାଟି ଗିରଫ ହେଲେ ଦୁଇ ଯୁବକ । ଗିରଫ ହେବାର କାରଣ କେକକୁ ସେ ପିସ୍ତଲରେ କାଟିଥିଲେ । ଆଉ ୨୦ସେକେଣ୍ଡର ସେହି କେକ୍‌ କଟା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ଭିଜୁଆଲରେ କେକ୍‌ କାଟିବା ବେଳେ ବନ୍ଧୁକ ଧରି ହ୍ୟାପି ବାର୍ଥ ଡେ’ ଗାଉଥିବା ଦେଖିବାକୁ ମିଳିଛି । ଲାଲ୍‌ ରଙ୍ଗର ସାର୍ଟ ପିନ୍ଧିଥିବା ଯୁବକ ଜଣଙ୍କର ଜନ୍ମଦିନ ଥିଲା ବୋଲି ଜଣାପଡ଼ିଛି । ପାଖରେ ନୀଳ ରଙ୍ଗରେ ସାର୍ଟ ପିନ୍ଧିଥିବା ବ୍ୟକ୍ତି ତାର ସାଙ୍ଗ ବୋଲି ଜଣାପଡ଼ିଛି । ଗିରଫ ଦୁଇ ଜଣ ହେଲେ ଶାହନବାଜ ଓରଫ ଗୁଡ୍ଡୁ ଏବଂ ଶାକିବ ଓରଫ ଭୁରା । ଉତ୍ତର ପ୍ରଦେଶର ହାପୁଡ ନଗର ପୁଲିସ କେକ୍‌ କଟା ଭିଡିଓର ତଦନ୍ତ କରି ଏହି ଗିରଫ କରିଛି ।

Leave A Reply

Your email address will not be published.

error: Content is protected !!