oom

ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ କମିଟି ତରଫରୁ ଉତ୍ସାହର ସହିତ ପାଳନ ହେଲା ସମ୍ବିଧାନ ଦିବସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବିଧାନ ଦିବସ ଅବସରରେ ଭାରତୀୟ ସମ୍ବିଧାନ ନିର୍ମାତାଙ୍କୁ ସମ୍ମାନିତ କରିବା ପାଇଁ ଜିଲ୍ଲା ଛାତ୍ର କଂଗ୍ରେସ, ବଲାଙ୍ଗିର ପକ୍ଷରୁ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା । ଏହି ରାଲି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରୁ ଆରମ୍ଭ ହୋଇ କଚେରୀ ଛକରେ ଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା ଯେଉଁଠାରେ ଡ଼ଃ. ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସମ୍ବିଧାନ ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ଭାବେ ଆମ୍ବେଦକର ଅତୁଳନୀୟ ଅବଦାନକୁ ସମସ୍ତେ ମନେ ପକାଇଥିଲେ । ଏହାପରେ ଏହି ରାଲି ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଠାରେ ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ଆଇନ ବ୍ୟକ୍ତିତ୍ୱ ତଥା ସମ୍ବିଧାନ ଡ୍ରାଫ୍ଟିଂ କମିଟିର ସଦସ୍ୟ ଥିବା ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସମ୍ବିଧାନରେ ପ୍ରତିଷ୍ଠିତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ ବୋଲି ବକ୍ତାମାନେ ମତପୋଷଣ କରିଥିଲେ ।ଅଂଶଗ୍ରହଣକାରୀମାନେ ଦେଶରେ ପ୍ରତିଷ୍ଠିତ ନ୍ୟାୟ, ସମାନତା ଏବଂ ସ୍ୱାଧୀନତାର ସଂରକ୍ଷଣ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ପ୍ରବକ୍ତା ଅଜୟ ବାଲି, ବରିଷ୍ଠ କଂଗ୍ରେସ ନେତା କୈଳାଶ ମିଶ୍ର, ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଅଜିତ ମହାନନ୍ଦ, ଜିଲ୍ଲା ଛାତ୍ର କଂଗ୍ରେସ ପ୍ରବକ୍ତା ନୀତିଶ ପଧାନ, ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ନିରଞ୍ଜନ ମିଶ୍ର, ଲୋଇସିଂହା ବିଧାନସଭା ଯୁବ କଂଗ୍ରେସ ସଭାପତି ସଞ୍ଜୀବ ନାଗ, ଅମୀୟ ବଗର୍ତ୍ତୀ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କ୍ୟାମ୍ପସ କମିଟି ସଭାପତି ଚିନ୍ମୟ ବେହେରା, ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ୟାମ୍ପସ କମିଟି ସଭାପତି ଶ୍ରୀତମ ରାଜ ମିଶ୍ର, ରିତେଶ କୁମାର ବେଦବାକ, ପ୍ରତୀକ ଷଡ଼ଙ୍ଗୀ, ପଞ୍ଚାନନ ସାଣ୍ଢ, ପ୍ରିତମ ସୁନା, ହର୍ଷ ସେଠି, ଶୁଭମ ସାହୁ, ସ୍ୱାଗତ ପଟେଲ, ଆୟୁଷ ମାଝୀ, ଆକାଶ ବାଗ, ସୌମ୍ୟ ରଞ୍ଜନ ରାଉତ, ଲୋକନାଥ ସାମନ୍ତ, ଆୟୁଷ୍ମାନ ପଟେଲ, କହେଁଇ ପଟେଲ, ଭୋଳା ଶଙ୍କର କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.