oom

ଅଞ୍ଚଳ ମହାବିଦ୍ୟାଳୟରେ ଗବେଷଣାର ବାଟ ଫିଟିଲା : ଅଞ୍ଚଳ ମହାବିଦ୍ୟାଳୟ ଏବଂ କିସ୍ ବିଶ୍ଵବିଦ୍ୟାଳୟ ମଧ୍ୟରେ ଏମ୍ ଓ ୟୁ ସ୍ୱାକ୍ଷରିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଏବଂ କିସ୍ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର ମଧ୍ୟରେ ଏମ୍ ଓ ୟୁ ସ୍ୱାକ୍ଷରିତ ହୋଇଛି । ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଏବଂ ଆଇକ୍ୟୁଏସି ସଂଯୋଜକ ନବକୃଷ୍ଣ ମିଶ୍ର କିସ୍ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରି ମାନ୍ୟବର କୁଳପତି ପ୍ରୋ. ଦୀପକ କୁମାର ବେହେରା, କୁଳସଚିବ ଡ଼ଃ ପ୍ରଶାନ୍ତ ରାଉତରାୟ ଏବଂ ଆଇକ୍ୟୁଏସି ସଂଯୋଜକ ପ୍ରୋ. ଯୁଗଳ କିଶୋର ମିଶ୍ରଙ୍କ ଉପସ୍ଥିତିରେ ଏମ୍ ଓ ୟୁ ସ୍ୱାକ୍ଷରିତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହା ହେଉଛି ଅଞ୍ଚଳ ମହାବିଦ୍ୟାଳୟର ବିଶ୍ଵବିଦ୍ୟାଳୟ ସହ ପ୍ରଥମ ଏମ୍ ଓ ୟୁ, ଏହାଫଳରେ ଅଞ୍ଚଳ ମହାବିଦ୍ୟାଳୟ ଏବଂ କିସ୍ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟ, ଆଲୋଚନା ଚକ୍ର, କର୍ମଶାଳା, ଅଧ୍ୟାପକ ଦକ୍ଷତା ବିକାଶ, ଅଧ୍ୟାପକ ବିନିମୟ, ରିଫ୍ରେସର କୋର୍ସ, ତାଲିମ ମୂଳକ କାର୍ଯ୍ୟ ଇତ୍ୟାଦି ଆୟୋଜିତ କରାଯାଇପାରିବ ବୋଲି ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା କହିଛନ୍ତି । ଅଞ୍ଚଳ ମହାବିଦ୍ୟାଳୟ ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ ଥିବାରୁ ଭାରତୀୟ ଜ୍ଞାନ ବ୍ୟବସ୍ଥା ଏବଂ ପାରମ୍ପରିକ ଉପଶମ ମୂଳକ ଗବେଷଣା ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି । ଏହି ଏମ୍ ଓ ୟୁକୁ କାର୍ଯ୍ୟାତ୍ମକ କରିବା ପାଇଁ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯିବ । ଏହା ପରେ ପରେ ଅଞ୍ଚଳ ମହାବିଦ୍ୟାଳୟ ଏବଂ କିସ୍ ବିଶ୍ଵବିଦ୍ୟାଳୟ ଶିକ୍ଷା ବିଭାଗ ମଧ୍ୟରେ ସହଯୋଗିତା ସ୍ୱାକ୍ଷରିତ ହୋଇଥିଲା । ଏହି ବିଭାଗୀୟ ସହଯୋଗିତାଟି ଉଭୟ ଶିକ୍ଷାନୁଷ୍ଠାନର ଆଇକ୍ୟୁଏସି ସଂଯୋଜକ ଏବଂ ବିଭାଗୀୟ ମୁଖ୍ୟଙ୍କ ଉପସ୍ଥିତିରେ ହୋଇଥିଲା । ଏଥିପାଇଁ ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଅଧ୍ୟାପକ ଡଃ ତୁଷାରକାନ୍ତ ସାହୁ, ଡଃ ଭେଙ୍କଟେଶ୍ୱର ମେହେର ଏବଂ ଅଧ୍ୟାପିକା ସୁଶ୍ରୀ ସସ୍ମିତା ମେହେର (କିସ୍ ବିଶ୍ଵବିଦ୍ୟାଳୟର ଆଲୁମିନି), କିସ୍ ବିଶ୍ଵବିଦ୍ୟାଳୟର ଡଃ ଯୁଗଳ କିଶୋର ମିଶ୍ର ଓ ଡଃ ସୁଜାତା ଆଚାର୍ଯ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅଞ୍ଚଳ ମହାବିଦ୍ୟାଳୟ କିସ୍ ବିଶ୍ଵବିଦ୍ୟାଳୟ ସହ ମିଳିତ ଆନୁକୁଲ୍ୟରେ ଆଇ.ସି.ଏସ୍‌.ଏସ୍‌.ଆର୍‌, ନୂଆଦିଲ୍ଲୀ ଦ୍ଵାରା ପ୍ରାୟୋଜିତ ଏକ ବୃହତ୍ ଗବେଷଣା ପ୍ରକଳ୍ପ ପ୍ରାପ୍ତ କରିଛି ଏବଂ ଆସନ୍ତା ନଭେମ୍ବର ୨୯-୩୦, ୨୦୨୪ରେ ଉଭୟ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଏକ ଜାତୀୟ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଏହି ଏମ୍ ଓ ୟୁ ସ୍ୱାକ୍ଷର ପାଇଁ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ, କିସ୍ ବିଶ୍ଵବିଦ୍ୟାଳୟର କୁଳପତି, କୁଳସଚିବ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.