oom

ମୁରିବାହାଲ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

jsmm
  • ୬୮୦ ଜଣ ଭିନ୍ନକ୍ଷମ ପଞ୍ଜିକୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ତଥା ଓଏଲ୍‌ଏମ୍‌ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ଡିଏସ୍‌ଏସ୍‌ଓ ମଦନଜିତ ହୋତା, ମେଡିକାଲ୍ ଇନଚାର୍ଜ ଡ. ଥବିର ମେହେର, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ଓ ଜିପିଡିଓ ଗଙ୍ଗାଧର ଛତର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଡାକ୍ତର ରୂପେ ଡ. ରଜନୀକାନ୍ତ ମେହେର, ଡ. ହେମନ୍ତ କୁମାର ବମିଡି, ଡ. ମାନସ ରଞ୍ଜନ ମିଶ୍ର, ଡ. ଅବିନାଶ କୁମାର ନାଏକ, ଡ. ପ୍ରଣତି ସାହୁ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିଥିଲେ । ଶିବିରରେ ଶାରୀରିକ ଭିନ୍ନକ୍ଷମ-୨୮୯, ଶ୍ରବଣ ବାଧିତ -୧୩୯, ଦୃଷ୍ଟି ବାଧିତ -୧୦୩, ମାନସିକ ଅନଗ୍ରସର -୯୩, ଅନ୍ୟାନ୍ୟ -୫୬ ଭଳି ମୋଟ ୬୮୦ ଜଣ ଭିନ୍ନକ୍ଷମ ଚିହ୍ନଟ ହୋଇ ପଞ୍ଜୀକୃତ ହୋଇଥିଲେ । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଏ ରାଜକିଶୋର ସିଂ ବାବୁ, ଜୁନିୟର ଆସିଷ୍ଟାଣ୍ଟ ସୌମ୍ୟରଞ୍ଜନ ଦେହୁରୀ, ବିଆର୍‌ସି ଶ୍ରୀକାନ୍ତ ଜେନାଙ୍କ ସହ ବ୍ଲକର ସମସ୍ତ ପିଇଓ, ଏଡିଇଓ, ଯୋଗାଣ ସହାୟକ, ଜିଓ ଟେଗର, ଏମ୍‌ବିକେ, ସିଆର୍‌ପିଙ୍କ ସହ ବ୍ଲକ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.