oom

ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ତରଫରୁ ମକର ଉତ୍ସବ ପାଳିତ

jsmm

ବଙ୍ଗୋମୁଣ୍ଡା, (କୈଳାଶ ସଗ୍ରିଆ‌) : ବଙ୍ଗୋମୁଣ୍ଡାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ସାହିତ୍ୟ କଳା ପରିଷଦ ତରଫରୁ ପଞ୍ଚମ ମକର ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ଡ.ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଅଜିତ ଯୋଷୀ, ମୁଖ୍ୟ ବକ୍ତା ବିନୟ କୁମାର ଦାଶ ଓ ସମ୍ମାନିତ ଅତିଥି ଭାବେ ବିରଞ୍ଚି ନାରାୟଣ ଦାଶ, ସମ୍ପାଦକ, ନିର୍ଝରିଣୀ, କଣ୍ଟାବାଞ୍ଜି, ଅଧ୍ୟାପକ ଦିଲ୍ଲୀପ ପଶାୟତ, ସରପଞ୍ଚ ସୁଶାନ୍ତ ଯୋଷୀ, ଉପାଧ୍ୟକ୍ଷ ମାମରାଜ ଜୈନ, ଶିକ୍ଷକ ସୁକାନ୍ତ ମନ୍ତ୍ରୀ, ସମାଜ ସେବୀ ଯୋଗେନ୍ଦ୍ର ମିଶ୍ର, ସାଂସଦ ପ୍ରତିନିଧି ବତ୍ସ ବେହେରା ମଞ୍ଚାସୀନ ଥିଲେ । ସର୍ବ ପ୍ରଥମେ ମାଁ ସରସ୍ୱତୀଙ୍କ ଫଟୋଚିତ୍ରରେ ଦୀପ ଧୂପ ଦେବାପରେ ପରିଷଦର ଉପଦେଷ୍ଟା ସ୍ୱର୍ଗତ ସାମ୍ବାଦିକ ନିମାଇଁ ଚରଣ ବଘାରଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । କଣ୍ଠଶିଳ୍ପୀ ରାସବିହାରୀ ଘିଭେଲା ସ୍ୱ।ଗତ ସଂଗୀତ ପରିବେଷଣ କରିଥିଲେ । ସଂସ୍କୃତି ସଂପାଦକ ରେଣୁରଞ୍ଜନ ବାଗ ମଞ୍ଚ ପରିଚାଳନା ଓ ସାଧାରଣ ସଂପାଦକ ନିଗମାନନ୍ଦ ଦାସ ସ୍ୱ।ଗତ ଅଭିଭାଷଣ ଦେଇଥିଲେ । କଳା,ସାହିତ୍ୟ, ଲୋକ ନୃତ୍ୟ ଓ ବାଦ୍ୟ ଆଦି ବିଭାଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ସୁଦର୍ଶନ ଦୀପ, ରଶ୍ମିରଞ୍ଜନ ପୁଟେଲ, ବିନୟ କୁମାର ଦାଶ, ଥବିର ପୁଝାରୀଙ୍କୁ ମିନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ତାପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଢାପ, ଘୂମୁରା, ଡକାନୃତ୍ୟ ଆଦି ପରିବେଷଣ କରାଯାଇଥିଲା ।ପରିଶେଷରେ ସୁରେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ସଞ୍ଜୟ ପ୍ରଧାନୀ, ଶ୍ୟାମ ସୁନ୍ଦର ଗୁରୁ, ରବି ନାରାୟଣ ତ୍ରିପାଠୀ, ରାସବିହାରୀ ଘିଭେଲା ଆଦି ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.