jayashree

ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ବିକଶିତ ୨୦୩୬ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ବିକଶିତ ଓଡ଼ିଶା ୨୦୩୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ଆସନ୍ତା ୨୦୩୬ ମସିହା ପର୍ଯ୍ୟନ୍ତ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା । ବରିଷ୍ଠ ଅଧ୍ୟାପକ ଡଃ. ରଶ୍ମିରଞ୍ଜନ ମହାନ୍ତି, ଯାଜ୍ଞସେନି ନାୟକ, ସାର୍ତ୍ତିକ ସାହୁ, ନବୀନ କୁମାର ମେହେର, ଗଗନ ବିହାରୀ ଦଣ୍ଡସେନା ଓ ଡଃ. ଖ୍ୟାତିମୟ ତ୍ରିପାଠୀ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ବିକଶିତ ଓଡ଼ିଶା କରିବା ଦିଗରେ ସମସ୍ତଙ୍କ ଭୂମିକା ବିଷୟରେ ବିଶଦ ଆଲୋଚନା କରିଥିଲେ । ଓଡ଼ିଶା ସରକାରଙ୍କ ପ୍ରଦତ୍ତ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ନିଜ ସ୍ୱପ୍ନର ବିକଶିତ ଓଡ଼ିଶା ଗଠନ ପାଇଁ କଣ ପଦକ୍ଷେପ ନେବା ଆବଶ୍ୟକ ତାହା ସରକାରଙ୍କୁ ଜଣାଇବା ପାଇଁ ସୂଚନା ଦିଆଯାଇଥିଲା । ସଭାରେ ରଶ୍ମି ମହାଲିଙ୍ଗ, ତାପସ ରଞ୍ଜନ ସାହୁ, ମିନପ୍ରଭା ପ୍ରଧାନ, ଡଲଫିନ ସୁନା, ଅଶୋକ ହାତୀ, ଅଞ୍ଜନ ବରିହା, ଦୁର୍ଯ୍ୟୋଧନ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.