oom

ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : ସାମିଲ ହେଲେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିନରେ ଭଞ୍ଜନଗର ବିଧାୟକ ପ୍ରଦୁମ୍ନ ନାୟକ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ତାଙ୍କୁ ସ୍ଵାଗତ କରିବା ପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନଦିଆ ସଙ୍କୀର୍ତ୍ତନରେ ହରେ କୃଷ୍ଣ ହରେ ରାମ ନାମ ଧରି ମନ୍ଦିର ନିକଟ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ତାଙ୍କ ସହ ଭଞ୍ଜନଗର ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ, ନୀଳ ମାଧବ ପାତ୍ର, ଧୋବା ଗୌଡ, ମାନସ ଜେନା, ଧୀରେନ ମହାନ୍ତି ପ୍ରମୁଖ ଆସି ଯଜ୍ଞରେ ସାମିଲ ହୋଇଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡର ଟି. ଶ୍ରୀନିବାସ ରାଓ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ଶ୍ରୀ ଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପରେ ନାମ ଯଜ୍ଞ ଓ ଘୃତ ଯଜ୍ଞରେ ସାମିଲ ହୋଇ ଆଶ୍ରିବାଦ କାମନା କରିଥିଲେ । ସ୍ଵାଗତ କରିବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ସୁରେନ୍ଦ୍ର ପାତ୍ର, ରଞ୍ଜିତ ଚୌଧୁରୀ ସୂର୍ଯ୍ୟ ନାୟକ, ପୁରୁଷୋତ୍ତମ ଡାକୁଆ, ଅମିୟ ବେହେରା, ଗଙ୍ଗାଧର ସାହୁ, ସ୍ୱରୂପା ନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପ୍ରଦେଶ ଅଧ୍ୟକ୍ଷ ବିଶ୍ଵଜିତ ପାତ୍ର, ଧର୍ମ ଜାଗରଣ ସମୁଖ୍ୟର ଅନ୍ତର୍ଯ୍ୟାମି ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.