ବିପର୍ଯ୍ୟୟ ପରିଚାଳନା ପ୍ରତିଯୋଗିତାରେ ବଲାଙ୍ଗିର ଆପଦା ମିତ୍ର ଟିମ୍ ଚାମ୍ପିୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ ଜୋନର ଜିଲ୍ଲାମାନଙ୍କ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନକୁ ନେଇ ଓସ୍ଡମା ତରଫରୁ ରେସକ୍ୟୁ ଏଣ୍ଡ ରିସେର୍ଚ୍ଚ ଏଣ୍ଡ ଫାଷ୍ଟ ଏଡ଼୍‌କୁ ନେଇ ଏକ ପ୍ରତିଯୋଗିତା ହୋଇଯାଇଛି । ସେଥିରେ ବଲାଙ୍ଗୀର ଜିଲ୍ଲା ଟିମ୍ ଚାମ୍ପିୟାନ ହୋଇଛି । ବଲାଙ୍ଗିର ଟିମରେ ସତ୍ୟନାରାୟଣ ହୋତା (ଟିମ୍ ଲିଡର), ସନତ ପଟେଲ , ସୂର୍ଯ୍ୟ ମିଶ୍ର, ସଂକେତ ସାହୁ, ଦୁଃଖିଶ୍ୟାମ ମଲ୍ଲିକ, ପଙ୍କଜ କାଲସାଏ, ଆକାଶ ସାହୁ, ଲତା କୁମ୍ଭାର, ଜାନକୀ ପଟେଲ, ପ୍ରିୟା ଦାସ ଆପଦା ମିତ୍ର ସ୍ୱେଚ୍ଛାସେବୀ ରହିଥିଲେ । ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୪ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ଆପଦା ମିତ୍ର ସ୍ୱେଚ୍ଛାସେବୀ ତଥା ବଲାଙ୍ଗିର ଟିମ୍ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଏଥୋରିଟି ତରଫରୁ ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.