ବଲାଙ୍ଗିର, (କେପିଏନ୍ଏସ୍) : କାର୍ତ୍ତିକ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ବୁଧବାର ଦିନ ବଲାଙ୍ଗିର ଲକ୍ଷ୍ମନୃସିଂହ ମହାପ୍ରଭୁଙ୍କ ଠାରେ ଠିକାଦାରପଡ଼ା ମହିଲା ଗୋଷ୍ଠୀର ପ୍ରଚେଷ୍ଟାରେ ପ୍ରଥମ କରି ମହାପ୍ରଭୁଙ୍କ ଅପାର କରୁଣାରୁ ମହାପ୍ରଭୁଙ୍କ ପଦାର ବିନ୍ଦେ ଏକ ଲକ୍ଷ ତୁଳସୀ ମଞ୍ଜରୀ ଅର୍ଚ୍ଚନ ପୂଜନ ବନ୍ଦନ ଓ ଏକ ଲକ୍ଷ ବତି ଆଳତି ଅର୍ପଣ କରାଯାଇଯାଇଛି । ଏହି ବିଭୁ କାର୍ଯ୍ୟରେ ନୃସିଂହ ମନ୍ଦିର ପୂଜକ ଗୋବର୍ଦ୍ଧନ ଶତପଥୀ ମହାପ୍ରଭୁଙ୍କ ପୂଜାକାର୍ଯ୍ୟ କରିଥିବା ବେଳେ କୁମଡେର ଇପ୍ସିତ ମିଶ୍ର ନାମ ପଠନ କରିଥିଲେ । ହୋମ ଓ ପୂଜା କାର୍ଯ୍ୟ ଲିଲାମ୍ୱର ଶତପଥି ଓ ବିନୋଦ ଜଟିଙ୍କ ସହଯୋଗରେ କାର୍ଯ୍ୟ ତୁଲାଇ ଥିଲେ । ମୁଖ୍ୟକର୍ତ୍ତା ରୂପେ ଦୀନବନ୍ଧୁ ଶତପଥି ଓ ତାଙ୍କ ସହଧର୍ମିଣୀ ଅନୁପମା ଥିଲେ । ପ୍ରାୟ ୨୦୦ରୁ ଅଧିକ ମହିଳା ତୁଳସୀ ଗଣନ କାର୍ଯ୍ର କରିଥିଲେ । ସହରର ପ୍ରତ୍ୟେକ ପଡ଼ାରୁ ମହିଳାମାନେ ଏହି ଭଗବତ କାର୍ଯ୍ୟରେ ଯୋଗଦାନ କରି ଭଗବାନଙ୍କ ଆଶିଷ ଲାଭ କରିଥିଲେ । ନୃସିଂହ ମନ୍ଦିର ମହନ୍ତ ମହାରାଜଙ୍କ ଆଶିର୍ବାଦ ସହଯୋଗ ଓ ଠିକାଦାରପଡ଼ା ମହିଳା ଗୋଷ୍ଠୀର ଦେବକୀ ବଗର୍ତ୍ତି ବୀଣାପାଣି ଆଚାର୍ଯ୍ୟ, ମନୋରମା ମିଶ୍ର, ମନୋରମା ଖୁଣ୍ଟିଆ, କୁସୁମ ଶତପଥୀ ଓ ମହିଳା ଗୋଷ୍ଠୀ ସଦସ୍ୟ ଓ ଅନ୍ୟ ଭକ୍ତମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମାପନ ହୋଇଥିଲ । ଶେଷରେ ୫୦୦ରୁ ଅଧିକ ଭକ୍ତ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ ।