csstore

ବଲାଙ୍ଗିର ଦିନ୍‌ରେ ମାଁ ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧ ନଭେମ୍ବେର ୨୦୨୪ ଶୁକ୍ରବାର ବଲାଙ୍ଗିର ଜିଲ୍ଲାର ପ୍ରତିଷ୍ଠା ‘ବଲାଙ୍ଗିର ଦିନ୍‌’ ପାଇଁ ଜିଲ୍ଲାର ଭୀମଭୋଇ ମେଡିକାଲ ହସ୍ପିଟାଲର ରକ୍ତ ଭଣ୍ଡାର ସାମାଜିକ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଜୟଲାଲ ଖମାରୀ ଓ ଡା. ଅଶୋକ ମିଶ୍ର ଫିତାକାଟି ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବରେ ନାରୀନେତ୍ରୀ ନୂତନ ଦାସ, ସମାଜସେବୀ ଅଭିଷେକ ଦାସ, ବିନୋଦ କାଲସାଏ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶବିରରେ ସର୍ବମୋଟ ୩୪ ୟୁନିଟ୍‌ ରକ୍ତ ଭୀମଭୋଇ ହସ୍ପିଟାଲ ରକ୍ତଭଣ୍ଡାର ଟେକ୍ନିସିଆନ ଓ କର୍ମଚାରୀଙ୍କ ଦ୍ୱାରା ସଂଗୃହିତ ହୋଇଥିଲା । ରକ୍ତଦାନ ଶିବିରକୁ ମାଁ ମାହେଶ୍ୱରୀ ସେନାର ସଦସ୍ୟ ଅନିଲ ପଳିଆ, ପ୍ରମୋଦ ପଧାନ, ନରେନ୍ଦ୍ର କର୍ମୀ, ସୁନିଲ ପଧାନ, ସଞ୍ଜିବ ମହାକୁର, ମନୋଜ କରନ, ମନୋଜ ଖମାରୀ, ତରଣୀ ବଢିଆ, ସୁମନ୍ତ ପଧାନ, ସୁବ୍ରତ ନିଆଲ, ଆନନ୍ଦ ଡାଙ୍ଗ, ବିଭୁତି ନିଆଲ, ସନତ ପଧାନ, ନନ୍ଦଲାଲ ମେର୍ଲୀ, ରାଘବ ହାକୁର, ପ୍ରତାପ ଗଡତିଆ, ଥବିର କର୍ମୀ, ସୁରେଶ ଚନ୍ଦ୍ର କମ୍ପ, ଅରୁଣ ପଲତା, ରମାକାନ୍ତ ମେଶ୍ୱା, ରବିନାରାୟଣ କର୍ମୀ ସଫଳ ରୂପେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.