କେଶରୀୟା ହିନ୍ଦୁ ବାହିନୀ ତରଫରୁ ହନୁମାନ ଚାଳିଶା ଭିଡିଓ ଉନ୍ମୋଚନ ଏବଂ ପତାକା ଲଗାଇବା କାର୍ୟ୍ୟକ୍ରମର ଶୁଭାରମ୍ଭ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା କାର୍ୟ୍ୟାଳୟ ଠାରେ ସମ୍ବିତ କୁମାର ମ୍ୟୁଜିକାଲ ଦ୍ଵାରା ପ୍ରସ୍ତୁତ ହନୁମାନ ଚାଳିଶା ଭିଡିଓ ଉନ୍ମୋଚନ କରାଗଲା । ଏହାପରେ କଳାମଣ୍ଡଳ ରୋଡ଼ ସ୍ଥିତ ହନୁମାନ ମନ୍ଦିରରେ ଧ୍ଵଜା ପୂଜନ କରି ଏକ ବାଇକ୍ ଶୋଭାଯାତ୍ରାରେ ନଗର ପରିକ୍ରମା କରଯାଇ ସ୍ଥାନୀୟ ଶାନ୍ତି ପଡା ଠାରୁ ପ୍ରତ୍ୟେକ ହିନ୍ଦୁ ପରିବାରରେ କେଶରୀୟା ପତାକା ଲଗାଇବା କାର୍ୟ୍ୟକ୍ରମର ଶୁଭାରମ୍ଭ କରାଗଲା । ଏହି କାର୍ୟ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀର ସମସ୍ତ କାର୍ୟ୍ୟକର୍ତ୍ତା ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ ମଣ୍ଡିତ କରିଥିବା ବେଳେ ଏହା ଦ୍ୱାରା ଆଗାମୀ ୬ ମାସ ମଧ୍ୟରେ ସମସ୍ତ ହିନ୍ଦୁ ପରିବାରରେ କେଶରୀୟା ପତାକା ଲଗାଯିବାକୁ ସ୍ଥିର କରାଯାଇଛି । ତେବେ ଏହି କାର୍ୟ୍ୟକ୍ରମ ଦ୍ଵାରା ହିନ୍ଦୁ ମାନେ ଏକତ୍ରିତ ହୋଇପାରିବେ ବୋଲି ଆଶା ଓ ବିଶ୍ୱାସ ରହିଛି ।

Leave A Reply

Your email address will not be published.