oom

ଛତ୍ରପୁର ସାହିତ୍ୟ ସଂସଦର ସ୍ଵତନ୍ତ୍ର ଆସର

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ଵ ଆରମ୍ଭ କୋଉଠି ହୋଇଯାଇଛି । ସେ ସମ୍ପର୍କରେ ତଥ୍ୟସଂଗ୍ରହ କରିଥିବା ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ସଚ୍ଚିଦାନନ୍ଦ ମିଶ୍ରଙ୍କ ଅବଦାନ ଅତୁଳନୀୟ ବୋଲି ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଜିତ କୁମାର ପଣ୍ଡା ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ, ସଂସଦର ସଭାପତି ବ୍ରଜମୋହନ ଆଚାର୍ଯ୍ୟ, ଅତିଥି ଭାବେ ଯୋଗେ ଦେଇଥିବା ଡ. ଭି. ରାଜେନ୍ଦ୍ର ରାଜୁ, ଡ. ରାଜେନ୍ଦ୍ର ଦାସ୍ ପ୍ରମୁଖ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ଵ ଓ ସାହିତ୍ୟ ସାଧନା ସମାଜକୁ ଅନେକ ଦିଗ୍‌ଦର୍ଶନ ଦେଇ ଆସିଛି ବୋଲି ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବହୁ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ପଣ୍ତିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦେଇ ଉକ୍ତ ସାହିତ୍ୟ ଆସରରେ ଯୋଗଦେଇ ବକ୍ତାମାନଙ୍କ ଭାଷା ସାହିତ୍ୟ ଦିଗରେ ଅନେକ ତଥ୍ୟ ଜ୍ଞାନ ଅହୋରଣ କରିଥିଲେ । ସଂସଦ ପକ୍ଷରୁ ସମ୍ପାଦକ ଦିଲ୍ଲୀପ କୁମାର ପଲେଇ ଶେଷରେ ଉପସ୍ଥିତ ସଭିଙ୍କୁ ସାଧୁବାଦ ସହ ଧନ୍ୟବାଦ୍ ଜଣାଇଥିଲେ ।

jittmm
Leave A Reply

Your email address will not be published.