ଅନ୍ତର୍ନିହିତ ପ୍ରତିଭାର ବିକାଶର ମାଧ୍ୟମ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବଲାଙ୍ଗିରର ଅଧ୍ୟକ୍ଷ ଡ଼କ୍ଟର ଗରୁଡ଼ଧ୍ୱଜ ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିସାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଧ୍‌ଘାଟନୀ ସଭାରେ ମେଲଛାମୁଣ୍ଡା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପ୍ରଦୀପ କୁମାର ପଧାନ ମୁଖ୍ୟ ବକ୍ତା, ଡୁଙ୍ଗୁରିପାଲି ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଆନନ୍ଦ ଚନ୍ଦ୍ର ମିଶ୍ର, ସହ ଗୋଷ୍ଠୀ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ସୃଜନଶୀଳତାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଛାତ୍ରୀ ମାନେ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ଅତିଥିଙ୍କୁ ସ୍ୱାଗତ କରିବା ପରେ ଦିଗଶିରା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଝାରସୁଗୁଡା ଏଲ୍‌ଏନ୍‌ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ମକରଧ୍ୱଜ ବିଶ୍ୱାଳ ମୁଖ୍ୟ ବକ୍ତା, ଡୁଙ୍ଗୁରିପାଲି ମେଡିକାଲ ଅଧିକ୍ଷକ ଡାକ୍ତର ରବୀନ୍ଦ୍ରନାଥ ପଣ୍ଡା ମୁଖ୍ୟ ଅତିଥି, ଆଗଲପୁର ବ୍ଲକ ଶିକ୍ଷାଧିକାରୀ ଶ୍ୟାମ ମେହେର, ଉଲୁଣ୍ଡା ଗୋଷ୍ଠୀ ସହଶିକ୍ଷାଧିକାରୀ ମୁକେଶ ଭୋଇ, ତରଭା ଗୋଷ୍ଠୀ ସହଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ପଣ୍ଡା, ଡୁଙ୍ଗୁରିପାଲି ସହ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା ଓ ଜଗତ ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନା ଲିଖନ, ସୃଜନଶୀଳ ଲିଖନ, କୁଇଜ, ବକ୍ତୃତା, ଚିତ୍ରକଳା, ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼, ପ୍ରବନ୍ଧ ଲିଖନ, ତର୍କ, ବକ୍ତୃତା, ନୃତ୍ୟ, ଗଳ୍ପ କଥନ, କଳା ଉତ୍ସବ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ କଳା ଓ ସଂସ୍କୃତିର ପ୍ରଚାର ପାଇଁ ଅତୁଳନୀୟ ଅବଦାନ ଥିବାରୁ କଳାକାର ଶାଶ୍ୱତ ତ୍ରିପାଠୀ ଓ ଚୁମକି ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକ ଭାବେ ଭକ୍ତଚରଣ ବାରିକ, ପ୍ରିୟଙ୍କା ସୁନା ଓ ରେଖାରାମ ବାଗ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଡୁଙ୍ଗୁରିପାଲି ବ୍ଲକର ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡ଼ିଆ, ସମସ୍ତ ୧୫ଟି କ୍ଲଷ୍ଟରର ସିଆର୍‌ସିସି, ଶିକ୍ଷକ, ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ସ୍କାଉଟ ଗାଇଡ, ରେଡ୍‌କ୍ରସ୍‌, ଅଗ୍ନିଶମ ବିଭାଗ, ଆରକ୍ଷୀ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମଟି ଅତ୍ୟନ୍ତ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପୂନ୍ନ ହୋଇଥିଲା ।

Leave A Reply

Your email address will not be published.