ଶ୍ରୀହରିନାମ ପ୍ରଚାର ସମିତିର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା, ଲେଖିକା ତଥା ଅଧ୍ୟାପିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତିର ମାସିକ ବୈଠକ ବିଷ୍ଣୁମୁଣ୍ଡା ସ୍ଥିତ ଅନ୍ନପୂର୍ଣ୍ଣା ନଗରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପ-ସଭାପତି ସୀତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ଉପଦେଷ୍ଟା ଦୁର୍ଯ୍ୟୋଧନ ନାଏକ, ସରିତା ସାହୁ, କବିତା ସାହୁ, ବାସ୍ନାରାଣୀ ନାୟକ, ମନୀଷ ସାହୁ, ମୋନାଲିସା ସାହୁ, ଜିଜ୍ଞାରାଣୀ ସାହୁ, ସାଧୁରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନମାନଙ୍କରେ ମାଗଣା ସ୍ୱାସ୍ଥ୍ୟ ଶିବିର, ସଫେଇ ଅଭିଯାନ କାର୍ଯ୍ୟକ୍ରମ, କିର୍ତ୍ତନ ତଥା ପ୍ରବଚନ ଆଦି କାର୍ଯ୍ୟକ୍ରମ ଗୁଡିକ କରାଯିବାର ନିଷ୍ପତ୍ତି ନିଆଗଲା । ପରିଶେଷରେ ସମିତିର ସଭାପତି ଏଲୋରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.