lika

‘ମୋର ବଲାଙ୍ଗିର’ ଶୀର୍ଷକ ଆଲୋଚନା ଚକ୍ର ପ୍ରସ୍ତୁତି ବୈଠକ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିପି ଏକାଡେମୀ ସଭାଗୃହରେ ବଲାଙ୍ଗିର ଦିନ୍‌ ଉଧେ ଏକ ସେମିନାର କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇଛି । ବୈଠକରେ ବଲାଙ୍ଗିର ଦିନ୍‌ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୯ ତାରିଖ ସନ୍ଧ୍ୟା ୫ଟାରେ ସ୍ଥାନୀୟ ପିପି ଏକାଡେମୀ ପରିସରରେ ଏହି ଆଲୋଚନା ଚକ୍ରରେ ଆଲୋଚକ ଭାବରେ ଐତିହାସିକ ଡ. ଶିବପ୍ରସାଦ ନନ୍ଦ, ସଂସ୍କୃତି ଗବେଷକ ଘାସିରାମ ମିଶ୍ର, ପୂର୍ବତନ ଆଇନମନ୍ତ୍ରୀ ତଥା ଲ’ କମିଶନ ସଦସ୍ୟ ନରସିଂହ ମିଶ୍ର, ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ ଯୋଗ ଦେବେ । ଏହି ଆଲୋଚନା ଚକ୍ରର ମୁଖ୍ୟ ବିଷୟବସ୍ତୁ ‘ମୋର ବଲାଙ୍ଗିର’ ଶୀର୍ଷକ ଆଲୋଚନା ହେବ, ଯଦ୍ୱାରା ବଲାଙ୍ଗିରର ଐତିହ୍ୟ, ସଂସ୍କୃତି ଓ ରାଜନୈତିକ ବିଷୟ ଉପରେ ଆଲୋଚିତ ହେବ । ଏହି କାର୍ଯ୍ୟକ୍ରମକୁ ମାହେଶ୍ୱରୀ ସଂଗଠନ ଏବଂ ବଲାଙ୍ଗିର ଦିନ୍‌ ସେମିନାର କମିଟି ଦ୍ୱାରା ଆୟୋଜିତ ହେବ । ଆଜିର ଏହି ପ୍ରସ୍ତୁତି ବୈଠକ ମାହେଶ୍ୱରୀ ସଂଗଠନର ଅଧ୍ୟକ୍ଷ ଅଙ୍କୁଶ କୁମାର ପାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଓ ବଲାଙ୍ଗିର ଦିନ୍‌ ସେମିନାର କମିଟି ସଂଯୋଜକ ସଂଗୀତା ଦାସ, ଶୋଭନ ଅଗ୍ରୱାଲ, ଜୟକୃଷ୍ଣ ମିଶ୍ର, ମଧୁ ସାହୁ, ଆଶୁତୋଷ ବାଗ, ପ୍ରଜ୍ଞାମୟୀ ବହିଦାର, ସୁଶ୍ରିତା ଠାକୁର, ଅପ୍ରମିତ ପରିଚ୍ଛା, ଶୋମେଶ ମିଶ୍ର, ବିବେକାନନ୍ଦ ପଟେଲ, ରଂଜିତ ମିଶ୍ର, ହିମାନୀ ତ୍ରିପାଠୀ, ରୋଜିସ୍ମିତା ହୋତା, ସନ୍ତୋଷ ହୋତା, ଅଷ୍ଟମି ବଗର୍ତ୍ତି, ନିଳାଦ୍ରି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.