ଋଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନୀ ମନ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) :

ମହାମହିମ,
ଆପଣଙ୍କ ବନ୍ଧୁତା, ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି । ଏହା ମୋ ପାଇଁ ଖୁସିର ବିଷୟ ଯେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ମୋତେ କାଜାନ ଭଳି ଏକ ସୁନ୍ଦର ସହରକୁ ଆସିବାର ସୁଯୋଗ ମିଳିଛି । ଏହି ସହର ସହିତ ଭାରତର ଗଭୀର ଏବଂ ଐତିହାସିକ ସମ୍ପର୍କ ରହିଛି । କାଜାନରେ ନୂତନ ଭାରତୀୟ ଦୂତାବାସ ଖୋଲିବା ଦ୍ୱାରା ଏହି ସମ୍ପର୍କ ଆହୁରି ସୁଦୃଢ଼ ହେବ ।

ମହାମହିମ,
ଗତ ତିନି ମାସ ମଧ୍ୟରେ ଦୁଇଥର ମୋର ରୁଷିଆ ଗସ୍ତ ଆମର ଘନିଷ୍ଠ ସମନ୍ୱୟ ଏବଂ ଗଭୀର ବନ୍ଧୁତ୍ୱର ପ୍ରତିଫଳନ । ଜୁଲାଇରେ ମସ୍କୋରେ ଅନୁଷ୍ଠିତ ଆମର ବାର୍ଷିକ ଶିଖର ସମ୍ମିଳନୀ ପ୍ରତ୍ୟେକ କ୍ଷେତ୍ରରେ ଆମର ସହଯୋଗକୁ ସୁଦୃଢ଼ କରିଛି ।

ମହାମହିମ,
ବିଗତ ଏକ ବର୍ଷ ମଧ୍ୟରେ ବ୍ରିକ୍ସର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ବ୍ରିକ୍ସ ଗତ ପନ୍ଦର ବର୍ଷ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିଛି ଏବଂ ବର୍ତ୍ତମାନ ବିଶ୍ୱର ଅନେକ ଦେଶ ଏଥିରେ ସାମିଲ ହେବାକୁ ଚାହୁଁଛନ୍ତି । ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ମୁଁ ଆଗ୍ରହୀ ।

ମହାମହିମ,
ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ସଂଘର୍ଷ ପ୍ରସଙ୍ଗରେ ଆମେ ନିରନ୍ତର ଯୋଗାଯୋଗରେ ରହିଛୁ । ଯେପରି ମୁଁ ପୂର୍ବରୁ କହିଛି, ଆମେ ବିଶ୍ୱାସ କରୁ ଯେ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାର ସମାଧାନ ହେବା ଉଚିତ୍ । ଶାନ୍ତି ଏବଂ ସ୍ଥିରତା ମାଧ୍ୟମରେ ଶୀଘ୍ର ପୁନରୁଦ୍ଧାରକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ । ଆମର ସମସ୍ତ ପ୍ରୟାସ ମାନବିକତାକୁ ପ୍ରାଥମିକତା ଦେଇଥାଏ । ଆଗାମୀ ଦିନରେ ମଧ୍ୟ ଭାରତ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ରହିଛି ।

ମହାମହିମ,
ଏହି ସବୁ ବିଷୟରେ ମତ ପ୍ରଦାନ କରିବା ପାଇଁ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ପୁଣି ଥରେ ବହୁତ ବହୁତ ଧନ୍ୟବାଦ ।

Leave A Reply

Your email address will not be published.