ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ ମହର୍ଷି ବାଲ୍ମିକୀ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ତେଲିଗୋଠପଡା ସ୍ଥିତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିନନ୍ଦନ ସାହିତ୍ୟ ପରିଷଦ ବଲାଙ୍ଗିର ତରଫରୁ ପ୍ରଶନ୍ନ ମିଶ୍ରଙ୍କ ସଭାପତିତ୍ୱରେ ବାଲ୍ମିକୀ ଜୟନ୍ତୀ ପାଳିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟଅତିଥି ମର୍ଯ୍ୟାଦାରେ ମଂଚାସୀନ ଥିଲେ । ଅତିଥିଗଣ ପ୍ରଥମେ ମହର୍ଷି ବାଲ୍ମିକୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ ସଂଗଠନର ଆଭିମୁଖ୍ୟ ପ୍ରଦାନ କରିଥିଲେ । ମଧୁସୁଦନ ନାୟକ ମଂଚ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ବିଶିଷ୍ଟ କବି ତଥା କୃଷକ ନେତା ରାଧାକୃଷ୍ଣ ମେହେରଙ୍କୁ ଉପଢୌକନ ତଥା ମାନପତ୍ର ପ୍ରଦାନ କରି ସମ୍ମାନିିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଛୁରିଆ ମହର୍ଷି ବାଲ୍ମିକୀଙ୍କ ଜୀବନଦର୍ଶନ ତଥା ତାଙ୍କ ରଚିତ କାଳଜୟୀ ମହାକାବ୍ୟ ରାମାୟଣ ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସଂପାଦକ ନିଳକଣ୍ଟ ମିଶ୍ର ସ୍ୱମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସାମୟିକ ବିରତି ସମୟରେ ସନ୍ଧ୍ୟାରାଣୀ ରାଉତ, ଦେବାଜିତା ନାୟକ ଏବଂ ନୈତିକ ନୟନ ଦାଶ ନୃତ୍ୟ ପରିବେଷଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ସଭାରେ କସ୍ତୁରୀ ରଥଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ସରସ୍ୱତୀ ମିଶ୍ର, ରଶ୍ମି ପାତ୍ର, କବିତା ମିଶ୍ର, ଜ୍ୟୋତିରାଣୀ ମିଶ୍ର, ତପସ୍ମିନୀ ପଶାୟତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସଭାରେ ମନୋରଂଜନ ପୁରୋହିତ, ଜୟରାମ ମିଶ୍ର, ତରୁଣ କୁମାର ମିଶ୍ର, ଆକୁଳ ବେହେରା, ବଳିଷ୍ଠ ପ୍ରଧାନ, ପୀତବାସ ପଣ୍ଡା, କୃଷ୍ଣଚନ୍ଦ୍ର ମିଶ୍ର, ଭବାନୀ ଶଙ୍କର ପଟେଲ, କୃଷ୍ଣଚନ୍ଦ୍ର ମହାକୁର, ମଧୁ ସାହୁ, ଚୁଡେନ୍ଦ୍ର ବେହେରା, ମାଳତି ଉଦ୍‌ଗାତା, ନିହାରୀକା ମିଶ୍ର, ସୁଷମା ଦାଶ, ନମ୍ରତା ପାଣିଗ୍ରାହୀ, ଅନିମା ସିଂ, ସିତାଂଶୁ ଶେଖର ନାୟକ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠି, ପୁରୁଷୋତ୍ତମ ପଣ୍ଡା, ହୃଷିକେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପ-ସଭାପତି ଦିବାକର ହୋତା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.