jayashree

ଅସହାୟଙ୍କ ‘ଭଗବାନ’ଙ୍କୁ ଅପରାଧୀ କହିଲା ବିଏମସି

ମୁମ୍ବାଇ : ଲକଡାଉନ୍‌ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚା ସାଉଁଟିଥିବା ଅଭିନେତା ସୋନୁ ସୁଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଏମସି । ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ବିଏମସି ସୋନୁ ସୁଦଙ୍କୁ କହିବା ସହ ସେ ବାରମ୍ବାର କାର୍ୟ୍ୟାନୁଷ୍ଠାନ ନିଆଯିବା ପରେ ମଧ୍ୟ ଜୁହୁରେ ଏକ ବେଆଇନ୍‌ ବିଲ୍ଡିଂ ନିର୍ମାଣ କରୁଥିବା କହିଛି । ବିଏମସି ତା’ର ସତ୍ୟପାଠରେ କହିଛି, ସୋନୁ ସୁଦ୍‌ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ବେଆଇନ୍‌ ଭାବେ ଟଙ୍କା ରୋଜଗାର କରିବାକୁ ଚାହାନ୍ତି । ସେ ଲାଇସେନ୍ସ ବିଭାଗର ବିନା ଅନୁମତିରେ ଭଙ୍ଗା ଯାଇଥିବା ଜାଗାକୁ ପୁଣିଥରେ ବେଆଇନ୍‌ ଭାବେ ନିର୍ମାଣ କରି ଏହାକୁ ଏକ ହୋଟେଲ ଭାବେ ବ୍ୟବହାର ଚାହୁଁଥିବା ବିଏମସି ତା’ର ସତ୍ୟପାଠରେ ଦର୍ଶାଇଛି । ଏହି ବିବାଦ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଅଭିନେତା ସୋନୁ ସୁଦ୍‌ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ସାକ୍ଷାତ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ସୋନୁ ଏନସିପି ମୁଖ୍ୟଙ୍କୁ କୌଣସି ବେଆଇନ୍‌ ନିର୍ମାଣ କରିନଥିବା କହିଛନ୍ତି । କିଛି ଲୋକେ ତାଙ୍କୁ ବଦନାମ କରିବାକୁ ଚାହୁଁଥିବା ସୋନୁ କହିଛନ୍ତି ।

Leave A Reply

Your email address will not be published.