ମେହସାନାରେ କାନ୍ଥ ଭୁଶୁଡି ୭ ଶ୍ରମିକଙ୍କ ମୃତ୍ୟୁ

ଗୁଜରାଟ : ଗୁଜରାଟର ମେହସାନାରେ ପଥର ତଳେ ପୋତି ହୋଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଜସଲପୁର ନିକଟସ୍ଥ ଏକ ଗାଁରେ ଏହି ଦୁର୍ଘଟଣା ଘଟିଛି । ନିର୍ମାଣାଧୀନ କମ୍ପାନୀରେ କାନ୍ଥ ନିର୍ମାଣ କରୁଥିବା ବେଳେ ପଥର ଖସି ପଡ଼ିଥିଲା, ଯାହା ଫଳରେ ତଳେ ଶ୍ରମିକମାନେ ପୋତି ହୋଇଯାଇଥିଲେ । ଭୁଶୁଡି ଥିବା କାନ୍ଥତଳେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଉଛି । ଘଟଣାସ୍ଥଳରେ ୫ଟିରୁ ଅଧିକ ଆମ୍ବୁଲାନ୍ସ ଓ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.