ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ନିଶ୍ଚିନ୍ତକୋଇଲି : ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ । ଶୁକ୍ରବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାନୁଯାୟୀ, ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁର ବୃଦ୍ଧ ଜୁଲିଆ ଭୋଇ(୬୫) ଶୁକ୍ରବାର ରାତିରେ ନିଜ ଘରେ ଶୋଇଥିଲେ । ବିଳମ୍ଵିତ ରାତିରେ କେହି ଦୁର୍ବୃତ୍ତ ଆସି ବୃଦ୍ଧଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକଚୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାରୁ ଜୁଲିଆଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ କରାଯାଇଛି । ତେବେ କିଏ ଓ କାହିଁକି ଏହି ଘଟଣା ଘଟାଇଛି ତାହା ଜଣାପଡ଼ି ନାହିଁ । ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.