ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପାଇଁ ୧୩ ଜଣ ମନୋନିତ

  • ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପି.ପି.ଏକାଡେମୀ ସଭାଗୃହରେ ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ମିଳିତ ଭାବରେ ଏହି ପ୍ରତିଯୋଗିତାକୁ ଆୟୋଜନ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୪ରୁ ୧୭ ବର୍ଷ ବାଳିକା / ବାଳକ ବିଭାଗରୁ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଲ ମୁଖ୍ୟ ଅତିଥି, ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ପ୍ରଦୀପ କୁମାର ପାତ୍ର, ପିପି ଏକାଡେମୀ ପ୍ରଧାନ ଶିକ୍ଷକ ସିନୁସୁନ୍ଦର ପାଢି, ପିଇଟି ରଂଜିତା ମିଶ୍ର, ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ଅସିମ କୁମାର ଭୋଇ ଟାଇକଣ୍ଡୋ ଖେଳର ବିକାଶ କ୍ଷେତ୍ରରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦ୍‌ଯାପନି ଉତ୍ସବରେ ଡିପିଇଓ ପ୍ରଦିପ ପାତ୍ର ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜାତିୟସ୍ତରୀୟ ରେଫରି ତଥା ଟାଇକଣ୍ଡୋ କୋଚ୍‌ ଅସୀମ କୁମାର ଭୋଇ ପରିଚାଳନା କରିଥିବା ବେଳେ ସମସ୍ତ ପିଇଟି ସହଯୋଗ କରିଥିଲେ । ଏହି ଅବସରରେ ଆସନ୍ତା ୧୮ରୁ ୨୦ ତାରିଖ ପୁରୀରେ ହେବାକୁ ଥିବା ଏସ୍‌ଜିଏଫ୍‌ଆଇ ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବାଳିକା ବିଭାଗରେ ଶ୍ରାବଣୀ ଜାଲ, ରିତୁ ବାଗ, ରିତୁ ବିଶି, ପ୍ରାଚୀ ବେହେରା, ସୋନାକ୍ଷୀ ପାଢୀ, ସିଦ୍ଧେଶ୍ୱରୀ କମଲ ଓ ବାଳକ ବିଭାଗରେ ପ୍ରଦୁମ୍ନ ଭୁଏ, ସୁଶିଲ ଦେହେରି, ଶୁଭ୍ରାଂଶୁ ହେର୍ଣ୍ଣା, ବିଜୟ ସେଠ, ଜୟମ ସାହୁ, ଓମ୍ ପ୍ରକାଶ ପୃଷ୍ଟି, ଜ୍ୟୋର୍ତିମୟ ଜେନା ମନୋନିତ ହୋଇଥିବା ଡିଏସ୍‌ଏସ୍‌ଏ ତରଫରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.