ଧାନକଟା ମେସିନ୍ ବୋଝେଇ ଟ୍ରକ୍‌ ଦୁର୍ଘଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ତେଲମହୁଲ ଛକରୁ ଦୁବୁଲାବାହାଲ ଛକ ରାସ୍ତା ମଝିରେ ଥିବା ହୋଟେଲ ସଙ୍ଗମ ପାଖରେ ଗୁଦେରପାଲି ପଟରୁ ଯାଉଥିବା ଏକ ଧାନକଟା ମେସିନ୍ ବୋଝେଇ ଟ୍ରକ୍‌ ଓଡି ୩୧ଡି୯୨୯୧ ଦ୍ରୁତଗତିରେ ଯାଇ ଭାରସାମ୍ୟ ହରାଇ ରାସ୍ତାର ବାମ ପାଖରୋ ଥିବା ଏକ ଗଛରେ ବାଡେଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଉକ୍ତ ଗାଡିରେ ଡ୍ରାଇଭରଙ୍କ ସହ ୩ ଜଣ ବସିଥିବା ଜଣାପଡିଛି । ଗାଡିରେ ଚାପିହୋଇ ୨ ଜଣ ବ୍ୟକ୍ତି ମହେନ୍ଦ୍ର ଚିନ୍ଦ୍ରିଆ (୨୩) ଏବଂ ବଳରାମ ଧରିଆ (୨୨) ଉଭୟଙ୍କ ଦୁଇ ଗୋଡ଼ ଭାଙ୍ଗି ଯାଇଛି । ଆହତ ବ୍ୟକ୍ତି ମାନେ ବିନିକା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ମେଲଛାମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କ ସହାୟତାରେ ୨ ଜଣ ଆହତ ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ମେଲଛାମୁଣ୍ଡା ଥାନା ଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.