ବିଜୁ ବନ୍ୟପ୍ରାଣୀ ସଂରକ୍ଷକ ଭାବେ ପୁରସ୍କୃତ ହେଲେ କାହ୍ନା ଶତପଥି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ଜଙ୍ଗଲ ଓ ପରବେଶ ବିଭାଗ ଦ୍ୱାରା ବଲାଙ୍ଗିର ଜଣାଶୁଣା ପ୍ରାଣୀ ସଂରକ୍ଷକ କାହ୍ନା ଶତପଥିଙ୍କୁ ବିଜୁବନ୍ୟ ପ୍ରାଣୀ ସଂରକ୍ଷକ ଭାବେ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ଶ୍ରୀ ଶତପଥିଙ୍କୁ ସ୍ଥାନୀୟ ଟାଉନ୍‌ ବାଳିକା ବିଦ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ୭୦ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହରେ ପ୍ରଥମ ଥର ପାଇଁ ବଲାଙ୍ଗିରରୁ ଜଣେ ପ୍ରାଣୀ ସଂରକ୍ଷକଙ୍କୁ ଏହି ପୁରସ୍କାର ମିଳିବା ବଲାଙ୍ଗିର ପାଇଁ ଗର୍ବ ଆଣି ଦେଇଛନ୍ତି । ଶ୍ରୀ ଶତପଥି, ସାପ, ଗାଇ ଗୋରୁ, ମାଙ୍କଡ ଓ ବିଭିନ୍ନ ଜୀବଜନ୍ତୁଙ୍କୁ ସୁରକ୍ଷା ଦେଉଥିବା ବେଳେ ଅନ୍ୟମାନଙ୍କ ପାଇଁ ପ୍ରରଣା ସାଜିଛନ୍ତି ବୋଲି କମିଟି କହିଛି । ଏହି ସମ୍ବର୍ଦ୍ଧନା ସଭାରେ ମଧୁସୂଦନ ନାଏକ, ମନରଞ୍ଜନ ପୁରୋହିତ, ସୁରେନ୍ଦ୍ର ନେଗୀ, ସଚ୍ଚିଦାନନ୍ଦ ହନୁମାନ, ଅରୁଣ ମିଶ୍ର, ରିଣ୍ଟୁ ସାହୁ, ପ୍ରଶାନ୍ତ ମାହକୁର ଓ କର୍ତ୍ତବ୍ୟ ଫାଉଣ୍ଡେସନ୍‌ର କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ଜୟକୃଷ୍ଣ ମିଶ୍ର ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.